Indus Valley Times

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

 Breaking News

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

December 21
19:37 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୧୨: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି କ୍ଷ ଜ଼ିଲ୍ଲାରେ ସମୁଦାୟ ୨୧୯୮ ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ ୭୪୨ ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ ୧୪୫୬ କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି ।
ମଙ୍ଗଳବାର ପ୍ରଥମ ଦିନରେ ବାଲିଗୁଡା ବ୍ଲକ,ବାଲିଗୁଡା ଏନଏସି, ତୁମୁଡିବନ୍ଧ ବ୍ଲକ, ଦାରିଙ୍ଗବାଡି ବ୍ଲକ, କୋଟଗଡ ବ୍ଲକ ର ୩୭୯ରୁ ଉର୍ଦ୍ଧ କଳାକାର ଦକ୍ଷତା ପରୀକ୍ଷା ଦେଇଥିଲେ କ୍ଷ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଞ୍ଜନ କହଁର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପାରମ୍ପରିକ ଲୋକକଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ , ଲାଇବ୍ରେରୀ ଆସିଷ୍ଟାଣ୍ଡ ନରେଶ ସାହୁ , ସୁବ୍ରତ ପତି, ପଞ୍ଚାନନ କହଁର, ସରୋଜ କୁମାର ପାତ୍ର, ବିଜୟ ପାତ୍ର, ସିମାଞ୍ଚଳ ମାଝୀ, ଦାରିଙ୍ଗବାଡି ବ୍ଲକକଳା ଓ ସଂସ୍କୃତି ସଂଘର ଉପ ସଭାପତି ଗୋଲକ ବିହାରୀ ମଲ୍ଲିକ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031