Indus Valley Times

ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କଲେ ଦଶପଲ୍ଲା ବିଧାୟକ

 Breaking News

ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କଲେ ଦଶପଲ୍ଲା ବିଧାୟକ

October 16
20:06 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୧୬/୧୦ : ଭାରତୀୟ ରାଜନୀତି ରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ଵ ତଥା ୨୦ ବର୍ଷ ଧରି ନିରଙ୍କୁଶ ଓଡ଼ିଶା ର ଦାୟିତ୍ଵ ନିର୍ବାହ କରି ଅପରାଜେୟ ନେତା ଭାବେ ପ୍ରତିପାଦିତ କରିବାରେ ସକ୍ଷମ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପର‌୍ୟ୍ୟୟ ପ୍ରଶମନ ହେଉ ବା ସାମାଜିକ ବିକାଶ ହେଉ କିମ୍ବା କ୍ରୀଡା ର ଅଗ୍ରଗତି ହେଉ ପ୍ରତ୍ୟେକ କାର୍ଯ୍ୟରେ ଯୁଗାନ୍ତକାରୀ ପଦକ୍ଷେପ ନେଇ ଦେଶ ତଥା ବିଭିନ୍ନ ଦେଶରେ ପ୍ରଶଂସନୀୟ ହୋଇଥିବା ମହାନ୍ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପବିତ୍ର ଜନ୍ମ ଦିବସରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନ୍ତରିକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ଜଣାଇବା ସହ ଦୀର୍ଘାୟୁ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପବିତ୍ର ଜନ୍ମ ଦିବସରେ ସଭିଙ୍କ ମୁହଁରେ ଗୋଟିଏ କଥା ନବୀନ ବାବୁ ଆମର ନେତା ବୋଲି ଦଶପଲ୍ଲା ବିଧାୟକ ଙ୍କ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031