Indus Valley Times

ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ବୌଦ୍ଧଜିଲ୍ଲା ୧୫ ବର୍ଷରୁ କମ୍ ଫୁଟବଲ୍ ଟିମ୍‌ର ସମ୍ବଲପୁର ଗସ୍ତ

 Breaking News

ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ବୌଦ୍ଧଜିଲ୍ଲା ୧୫ ବର୍ଷରୁ କମ୍ ଫୁଟବଲ୍ ଟିମ୍‌ର ସମ୍ବଲପୁର ଗସ୍ତ

ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ବୌଦ୍ଧଜିଲ୍ଲା ୧୫ ବର୍ଷରୁ କମ୍ ଫୁଟବଲ୍ ଟିମ୍‌ର ସମ୍ବଲପୁର ଗସ୍ତ
May 27
10:51 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୫: ମୁଖ୍ୟମନ୍ତ୍ରୀ ଟ୍ରଫି ଖେଳିବା ପାଇଁ ବୌଦ୍ଧଜିଲ୍ଲା ୧୫ବର୍ଷରୁ କମ୍ ଫୁଟବଲ୍ ଟିମ୍ ଆସନ୍ତାକାଲି ସମ୍ବଲପୁର ଗସ୍ତ କରିବେ ।
ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ମୁଖ୍ୟମନ୍ତ୍ରୀ ଟ୍ରଫି ବୌଦ୍ଧଜିଲ୍ଲା ସଂପାଦକ ଯୁଗଳ କିଶୋର ସାମଲ, କ୍ରୀଡାସଂଗଠକ ଲମ୍ବୋଦର ପୁରୋହିତ, ନିରଞ୍ଜନ ମେହେର, ସୁଶୀଳ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ଚୟନ ହୋଇଥିବା ୨୨ ଜଣ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବାସହ ମାର୍ଗଦର୍ଶନ ଓ ଉତ୍ସାହିତ କରିଥିଲେ ।
ଏହି ଫୁଟବଲ ଦଳର ମ୍ୟାନେଜର ଭାବରେ ବରିଷ୍ଠ ଖେଳଶିକ୍ଷକ ଅମ୍ବରୀଶ ପ୍ରଧାନ ଖେଳାଳୀଙ୍କୁ ନେଇ ଆସନ୍ତାକାଲି ସମ୍ବଲପୁର ଗସ୍ତ କରିବେ ।
ସୂଚନାଯୋଗ୍ୟ ଯେ ଜିଲ୍ଲା ଷ୍ଟାଡିୟମ ବୌଦ୍ଧ ଠାରେ ୧୫ ବର୍ଷରୁ କମ୍ ଫୁଟବଲ୍ ଖେଳାଳୀ ଛାତ୍ରଙ୍କ ପ୍ରଶିକ୍ଷଣ ଶିବିର ଗତ ୧୮ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହୋଇଛି ।
ଏହି ପ୍ରଶିକ୍ଷଣ ଶିବିରରେ ୪୦ ଜଣ ଛାତ୍ର ଯୋଗଦେଇଥିଲେ । ସେମାନଙ୍କର ରହଣି, ଖାଦ୍ୟପେୟ ଆଦି ସମସ୍ତ ବ୍ୟବସ୍ଥା କରାଯାଇ ତାଲିମ ପ୍ରଦାନ କରାଯାଇଥିଲା ।
ଶିବିରରେ ପ୍ରକାଶ ପ୍ରଧାନ ଓ ସଲିଳ ବେହେରା କୋଚ୍ ଭାବେ ତାଲିମ ପ୍ରଦାନ କରିଥିଲେ । ତାଲିମ ଗ୍ରହଣ କରିଥିବା ୪୦ଜଣ ଛାତ୍ରଙ୍କ ମଧ୍ୟରୁ ୨୨ ଜଣଙ୍କୁ ସମ୍ବଲପୁର ଜୋନାଲ ମ୍ୟାଚ ଖେଳିବା ପାଇଁ ଚୟନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031