Indus Valley Times

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ପ୍ରଯୋଜିକା ଏକତା କପୁର

 Breaking News

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ପ୍ରଯୋଜିକା ଏକତା କପୁର

December 03
19:08 2024

ଓଡ଼ିଶା, ୩/୧୨ : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍ ଫିଲ୍ମ ପ୍ରଯୋଜକ ଏକତା କପୁର। ଓଡ଼ିଶା ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତି ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି।
ଏଥିସହ ରାଜ୍ୟ ସରକାର ‘ଦି ସାବରମତି ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଦି ସାବରମତି ରିପୋର୍ଟ’ ଫିଲ୍ମର ପ୍ରଯୋଜିକା ହେଉଛନ୍ତି ଏକତା କପୁର।
ଏକତା କପୁରଙ୍କ ପ୍ରଯୋଜିତ ଫିଲ୍ମ ‘ଦି ସାବରମତି ରିପୋର୍ଟ’ ନଭେମ୍ୱର୧୫ ତାରିଖରେ ରିଲିଜ ହୋଇଥିଲା। ସତ୍ୟଘଟଣା ଉପରେ ଆଧାରିତ ହୀନ୍ଦି ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ଯାହାକି ୨୦୦୨ ଫେବୃଆରୀ ୨୭ ତାରିଖର ଗୋଧ୍ରା ରେଳପୋଡ଼ି ଘଟଣା ଉପରେ ପର‌୍ୟ୍ୟବେସିତ ହୋଇଛି।
ଏହି ସିନେମାକୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ସପ୍ତମ ବିଜେପି ଶାସିତ ରାଜ୍ୟ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ହରିୟାଣା ଓ ଗୁଜୁରାଟ ପରେ ଓଡ଼ିଶା ସରକାର ଏହି ସିନେମାକୁ ଟିକସମୁକ୍ତ ଘୋଷଣା କରିଛନ୍ତି। ଏହି ସିନେମାକୁ ଟିକସମୁକ୍ତ କରାଯିବା ଘୋଷଣା ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930