Indus Valley Times

ମୁଡି ବ୍ଲୁଜ୍ ବାର ଓ ରେଷ୍ଟ୍ରୁରାଣ୍ଟକୁ ସିଲ୍ କଲା ବିଏମସି

 Breaking News

ମୁଡି ବ୍ଲୁଜ୍ ବାର ଓ ରେଷ୍ଟ୍ରୁରାଣ୍ଟକୁ ସିଲ୍ କଲା ବିଏମସି

September 20
11:05 2021

ଭୁବନେଶ୍ୱର, ୨୦/୯ : କରୋନା ଗାଇଡଲାଇନର ଉଲ୍ଲଂଘନ କରିଥିବାରୁ ଆଉ ଏକ ବାରକୁ ସିଲ୍ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) । ଗତକାଲି ରାତିରେ ଗଜପତି ନାଗରରେ ଥିବା ମୁଡି ବ୍ଲୁଜ୍ ବାର୍ ଏବଂ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ପ୍ରଶାସନ ।
ଜୋନାଲ କମିଶନରଙ୍କ ନେତୃତ୍ୱରେ ବିଏମସିର ଏକ ମିଳିତ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ବିଏମସି ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ବିଳମ୍ବିତ ରାତିରେ ଗ୍ରାହକଙ୍କ ସହ ସମ୍ପୂର୍ଣ୍ଣ ପ୍ୟାକ୍ ହୋଇଥିବା ଦେଖିବାକୁ ମିଳିଥିଲା ।
ବାର୍ରେ ବିଏମସି(ଉତ୍ତର) ପୁରନ୍ଦର ନନ୍ଦା, କମିଶନର (ଦକ୍ଷିଣ ପୂର୍ବ)ଅଶୁଂମାନ ରଥ, ଆସିଷ୍ଟାଣ୍ଟ କମିଶନର୍ (ଏନଫୋର୍ସମେଣ୍ଟ) ଲିଲାନ୍ ପ୍ରସାଦ ସାହୁ ଆଦି ଅଧୀକାରି ପହଁଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଥିଲେ ।
ତେବେ ଗତ ଶନିବାର ବିଏମସିର ଅନେକ ଅଧିକାରୀ ସେପ୍ଟେମ୍ବର ୧୮ ରାତିରେ ଚନ୍ଦ୍ରଶେଖରପୁର ଠାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନର ଏକ ଲିଫ୍ଟରେ ପ୍ରାୟ ୪୦ ମିନିଟ୍ ଧରି ଅଟକି ରହିଥିଲେ ।
ଯେହେତୁ ବିଏମସି ଦଳ ଦ୍ୱାରା ହୋଇଥିବା ଚଢାଉରେ ବିଲଡିଂରେ ଅବସ୍ଥିତ ଦୁଇଟି ବାରର କର୍ମଚାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଲିଫ୍ଟର ବିଦ୍ୟୁତ୍ ସଂଯୋଗକୁ ବନ୍ଦ କରି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031