Indus Valley Times

ମୁନିଗୁଡ଼ାରେ ବିଶ୍ଵ ଆଦିବାସୀ ଦିବସ ସମାରୋହ

 Breaking News

ମୁନିଗୁଡ଼ାରେ ବିଶ୍ଵ ଆଦିବାସୀ ଦିବସ ସମାରୋହ

August 09
19:50 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା, ୮/୮ : ରାୟଗଡ଼ା ଜିଲ୍ଲା ମୁନିଗୁଡା କମ୍ୟୁନିଟ ହଲ ପରିସରରେ ମୁନିଗୁଡ଼ା ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି ।ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀ
ଜଗନ୍ନାଥ ନୁଣ୍ଡୃକାଙ୍କ ସଭାପତିତ୍ବ ଓ ଆଦିବାସୀ ନେତା ରବି ନୁଣ୍ଡରକାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରକା,ମୁଖ୍ୟବକ୍ତା ସମାଜସେବୀ ଗୌରାଙ୍ଗ ଚରଣ ରାଉତ,ସମ୍ମାନୀତ ଅତିଥି ମୁନିଖୋଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର,ବ୍ଳକ ଅଧକ୍ଷା ଦୁଖୀନି ନୁଣ୍ଡୃକା, ଉପେନ୍ଦ୍ର ସିକକା,ସୁବାସ ପ୍ରାଷ୍କା,ଶକୁନ୍ତଳା ନୁଣ୍ଡୃକା,ସୁରେଶ ମାଝୀ,ତ୍ରିପତି କିଲାକା, ଚିନ୍ତାମଣି ନୁଣ୍ଡୃକା, ଦୁର୍ଯ୍ୟୋଧନ ପିଡିକାକା ପ୍ରମୁଖ ଆଦିବାସି ନେତା ଉପସ୍ଥିତ ରହି ମହାନ ସ୍ବାଧୀନତା ସଂଗ୍ରାମୀ ଵିରିଶା ମୁଣ୍ଡା‌ଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ ଆଦିବାସୀ ନେତା ରବି ନୁଣ୍ଡ୍ରୁକା ବିଶ୍ଵ ଆଦିବାସୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଆଦିବାସୀ ନେତା ଜଗନ୍ନାଥ ବାବୁ ଆଦିବାସୀ ସମାଜର ମଜଭୁତ ଅଧିକାର ଗୁଡ଼ିକର ସାମାଜିକ,ନ୍ୟାୟିକ,ଆର୍ଥିକ ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ସବୁ ଦିଗ ଉପରେ ସମାଜ ତାର ବିଚାର କେନ୍ଦ୍ରିତ କରିବା ସହିତ ସମାଜକୁ ସଂଗଠିତ କରିବାକୁ ଶକ୍ତି ସମର୍ଥ ଏକ କରିଥାଏ।୯ଅଗଷ୍ଟ ୧୯୯୪ରେ ଜେନିଭା ଠାରେ ପ୍ରଥମ ଥର ପାଳନ ହୋଇଥିଲା ବିଶ୍ଵ ଆଦିବାସୀ ଦିବସ ବା ମୂଳ ନିବାସୀ ଦିବସ।
ଏଣୁ ପ୍ରତ୍ୟେକ ମୂଳ ନିବାସୀ ନିଜ ସଭ୍ୟତା,ସଂସ୍କୃତି ସୁରକ୍ଷିତ ରଖିବା ସହିତ ଆର୍ଥିକ,ସାମାଜିକ,ଶିକ୍ଷା ଓ ନ୍ୟାୟିକ ଦୃଷ୍ଟି କୋଣରୁ ଶସକ୍ତ ହେବାକୁ ଚେଷ୍ଟା ଜାରି ରଖିବା ଉଚିତ୍ ବୋଲି ଆହ୍ଵାନ ଦେଇଥିଲେ।ପରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଉତ ଆଦିବାସୀ ସମାରୋହ ଓ ମୂଳ ନିବାସୀ ମାନଙ୍କ ସଭ୍ୟତା,ସଂସ୍କୃତି ଓ ଆର୍ଥିକ ଦିଗ ଉପରେ ଆଲୋକପାତ କରିଥିଲେ।
ଆଦିବାସୀ କ୍ଷେତ୍ରରେ ସମର୍ପିତ କାର୍ଯ୍ୟ ଓ ସେବା କରିଥିବା ମଞ୍ଚାସିନ ଅତିଥି ଓ ନିମନ୍ତ୍ରିତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା।ମଞ୍ଚାସିନ ଅତିଥି ବୃନ୍ଦ ବିଶ୍ଵ ଆଦିବାସୀ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ର ବିଭିନ୍ନ ପଞ୍ଚାୟତରୁ ଆଦିବାସୀ ନେତା ସରପଞ୍ଚ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।ଆଦିବାସୀ ସଂସ୍କୃତି ଉପରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷରେ ଶିବପଦର ସରପଞ୍ଚ ପ୍ରକାଶ କରସିକା ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930