ମୃତ ସାମ୍ବାଦିକ ତାରିଣି ପାଢୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିକଲା ବୈାଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୩/୧୦: କନ୍ଧମାଳ ଜିଲ୍ଲାରେ ସାମ୍ବାଦିକତା ଭାବେ କାର୍ଯ୍ୟ କରୁଥିବା ତାରିଣି ପାଢୀ କରୋନାରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବୈାଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ ଅଛି ଯେ, ଆପଣ ଘୋଷଣ କରିଥିଲେ ଯେ, କରୋନା ଯୋଦ୍ଧା କରୋନାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି । ଏହି ଘୋଷଣ ସ୍ୱାଗତ ଯୋଗ୍ୟ ଏବଂ ଗଞ୍ଜମ ଜିଲ୍ଲାର ଦୁଇ ଜଣ ସାମ୍ବାଦିକ କରୋନାରେ ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବର୍ତ୍ତମାନ ଓଡିଆ ଦୈନିକ ଖବର କାଗଜ ପ୍ରମେୟ ର କନ୍ଧମାଳ ଜିଲ୍ଲାପ୍ରତିନିଧି ତାରିଣି ପାଢୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଆମ୍ଭେ ଅନୁରୋଧ କରୁଛୁକି ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ତେଣୁ ମୃତ ସାମ୍ବାଦିକ ପରିବାରକୁ ଆର୍ଥିକ ଆକାରରେ ଆପଣଙ୍କର ସାହାର୍ଯ୍ୟ ହାତ ବଢାଇବାକୁ ଅନୁରୋଧ କରାଯାଇଛି । ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସଭାପତି ନରେନ୍ଦ୍ର ସାହୁ, ସଂପାଦକ ୍ଦୁର୍ବାକ୍ଷ ବସ୍ତିଆ, କୋଷାଧ୍ୟକ୍ଷ ଦୁର୍ଯ୍ୟଧନ ବିଶି, ରାଜ୍ୟ ଉପସଭାପତି ସମରେଶ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଦୟ ନାଥ ଶର୍ମା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।