Legatus

ମୋଦିଙ୍କ ହ୍ୟାଟ୍ରିକ୍, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ

 Breaking News

ମୋଦିଙ୍କ ହ୍ୟାଟ୍ରିକ୍, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ

ମୋଦିଙ୍କ ହ୍ୟାଟ୍ରିକ୍, ଶୁଭେଚ୍ଛା ଜଣାଇଲେ ମେଲୋନିଙ୍କ ଠାରୁ ଆରମ୍ଭ କରି ମୁଇଜ୍ଜୁ
June 05
10:36 2024

ନୂଆଦିଲ୍ଲୀ,୫/୬: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି । ଏହାସହ ଲଗାତାର ତୃତୀୟ ଥର କେନ୍ଦ୍ରରେ ଏନଡିଏ ସରକାର ହେବାକୁ ଯାଉଛି ।
ଏହାସହ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏଯାଏଁ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ତେବେ ମୋଦୀଙ୍କ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନେଇ ଦେଶବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମାଳଦୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ‘ଏକ୍ସ’ରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930