Legatus

ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ

 Breaking News

ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ

ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ
February 03
18:50 2024

ସମ୍ବଲପୁର, ୩/୨: ଓଡ଼ିଶାର ବିକାଶ ପାଇଁ ବିଜେପି ନେତୃତ୍ବ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଗରିବ, ଯୁବ, ମହିଳା, ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିଛନ୍ତି।
ମୋଦୀଙ୍କ ଗ୍ୟାରିଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସ୍ଥାନୀୟ ରେମେଡ୍ ବ୍ଲକ ପଡ଼ିଆରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତି ଗରିବ ପରିବାରକୁ ପକ୍କା ଘର ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଗତ ୧୦ ବର୍ଷରେ ୪ କୋଟି ଗରିବ ପରିବାରକୁ ପକ୍କା ଘର ମିଳିଛି। ଏଥିରେ ୨୫ ଲକ୍ଷ ହିତାଧିକାରୀ ଓଡ଼ିଶାରୁ ସାମିଲ ଅଛନ୍ତି।
ଯେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିପାରି ନାହିଁ, ସେମାନଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି। ଆଗାମୀ ଦିନରେ ସରକାର ଆହୁରି ୨ କୋଟି ଘର ନିର୍ମାଣ କରିବେ। ଦେଶରେ ଯେପରି କେହି ଚାଳଘରେ ନରୁହନ୍ତି, ସେଥିପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୦ ବର୍ଷ ପୂର୍ବରୁ ଥିବା ସରକାର ଓଡ଼ିଶାରୁ ୩୬,୦୦୦ କୋଟି ଟଙ୍କାର ଧାନ କିଣିଥିଲେ। ଆମ ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ଧାନ କିଣିଛି। ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ବିଜେପି ସରକାର ୩୦ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ଏହି ବଜେଟରେ ଚାଷୀମାନଙ୍କ ଆୟ ବଢ଼ାଇବା ପାଇଁ ଉଦ୍ୟମ କରାଯାଇଛି।
ସରକାର ଚାଷୀମାନଙ୍କ ପାଇଁ ନାନା-ଡିଏପି ଉତ୍ପାଦନ କରିବ। ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆୟ ବଢ଼ାଇବା ପାଇଁ ମଧ୍ୟ ବିଜେପି ସରକାର ପ୍ରାଥମିକତା ଦେଉଛି। ପିଏମ୍ କିଷାନ ସମ୍ମାନ ନିଧିରେ ଚାଷୀମାନଙ୍କୁ ସିଧାସଳଖ ଚାଷୀଙ୍କୁ ଲାଭ ହେଉଛି। ଓଡ଼ିଶାର ୪୦ ଲକ୍ଷ ଚାଷୀ ଏଥିରୁ ଲାଭ ପାଇଛନ୍ତି।
ସେହିପରି ଗରିବ ଲୋକଙ୍କର ରୋଜଗାର ବଢ଼ାଇ, ଖର୍ଚ୍ଚ କମାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ପଶୁପାଳନ ପାଇଁ ସରକାର ବଡ଼ ଅଭିଯାନ ଆରମ୍ଭ କରିବ। ମତ୍ସ୍ୟଜୀବୀମାନଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥିରୁ ଓଡ଼ିଶାର ମତ୍ସ୍ୟଜୀବୀମାନେ ଏଥିରୁ ଉପକାର ପାଇବେ। ଦେଶରେ ମତ୍ସ୍ୟ ଉତ୍ପାଦନ ବଢ଼ିବାରେ ଲାଗିଛି। ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ଛାଡ଼ିନାହିଁ।
ଭାରତର ଯୁବକଯୁବତୀ ଆତ୍ମ ବିଶ୍ବାସର ସହିତ ଆଗକୁ ବଢ଼ୁଛନ୍ତି। ଯୁବପିଢ଼ିଙ୍କ ପାଇଁ ବିଜେପି ସରକାର ଛିଡ଼ା ହୋଇଛି। ମୁଦ୍ରା ଯୋଜନାରେ ଋଣ ନେବା, ଅନ୍ୟ ଯୋଜନାରେ ଋଣ ନେଲେ ମଧ୍ୟ ମୋଦୀଙ୍କ ଗ୍ୟାରେଣ୍ଟି ଅଛି। କେନ୍ଦ୍ରସରକାରଙ୍କ ପ୍ରୟାସରେ ଓଡ଼ିଶାରେ ନୂଆ ଶିଳ୍ପର ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିଛି। ମୁଁ ଯେଉଁ ପୋଷାକ ପିନ୍ଧିଛି, ଏହା ମୋ ପାଇଁ ପ୍ରସାଦ। ଯେଉଁ ପରିବାର ଲୋକେ ଏହାକୁ ଉତ୍ପାଦନ କରିଛନ୍ତି, ତାଙ୍କୁ ନେଇ ଗର୍ବ କରୁଛି।
ଯାହାର କେହି ନାହିଁ, ତା ପାଖରେ ମୋଦୀ ଅଛି। ଓଡ଼ିଶାରେ ବଡ଼ ସଂଖ୍ୟାରେ ଆଦିବାସୀ ରହୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଶାସନ ଚଳାଉଥିବା ଲୋକେ ଆଦିବାସୀମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରୁଛନ୍ତି। ଆମ ସରକାର ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି। ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ସେମାନଙ୍କର ବିକାଶ ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି।
ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ ଓ ମା’ ସମଲେଶ୍ବରୀଙ୍କୁ ମନେ ପକାଇ ଭାଷଣ ଆରମ୍ଭ କରିଥିଲେ। ସେହିପରି ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ସ୍ବଭାବ କବି ଗଙ୍ଗାଧର ମେହେର ଭଳି ମହାପୁରୁଷଙ୍କୁ ମନେ ପକାଇଥିଲେ। ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ, ଭାଗବତ ପ୍ରଧାନ, ବିନୋଦ ମହାରଣା, ବିନୋଦ କୁମାର ପଶାୟତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ମୋଦୀଙ୍କ ଭାଷଣ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଆଗାମୀ ଦିନରେ ଓଡ଼ିଶା ବିକାଶର ଶୀର୍ଷରେ ପହଞ୍ଚିବ। ଏହାକୁ ସାକାର କରିବା ପାଇଁ ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାର ଆବଶ୍ୟକତା ରହିଛି।
ମୋଦୀଙ୍କ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ସଂଗୀତା ସିଂହଦେଓ, ବସନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, କୁସୁମ ଟେଟେ ପ୍ରମୁଖ ମଂଚାସୀନ ଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930