Indus Valley Times

ମୋହନାରେ ବିଜେଡିର ମିଶ୍ରଣ ପର୍ବ: ବିଜେପି ଜିଲ୍ଲା ପୂର୍ବତନ ସଭାପତି ଭେଙ୍କେଟ ରାବଣା ପରେ ଏବେ ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ବେହେରା

 Breaking News

ମୋହନାରେ ବିଜେଡିର ମିଶ୍ରଣ ପର୍ବ: ବିଜେପି ଜିଲ୍ଲା ପୂର୍ବତନ ସଭାପତି ଭେଙ୍କେଟ ରାବଣା ପରେ ଏବେ ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ବେହେରା

February 10
17:05 2022

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି,୧୦/୨: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି , ସେହି ହିସାବରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମ ସମେତ ଦଳ-ବଦଳ ମିଶ୍ରଣ ପର୍ବ ମଧ୍ୟ ସେହି ମାତ୍ରାରେ ଜୋର-ସୋରରେ ଚାଲିଛି ।
ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲାବ୍ୟାପୀ ଏମିତି କି କାଶୀନଗର ଠାରୁ ମୋହନା ପର୍ଯ୍ୟନ୍ତ ନିର୍ବାଚନ ସ୍ଥିତି ପରଖିଲେ ଜଣାପଡୁଛି ଯେ , ଏଥିରେ ବିଶେଷ ଭାବେ କ୍ଷତି ହୋଇଛି ବିଜେପି । ଜିଲ୍ଲାରେ ବିଜେପି ପ୍ରଚାର କାର୍ଯ୍ୟରେ ପଛରେ ପଡି ଯାଇଥିବା ବେଳେ ବହୁ ନେତା ଓ କେଡର ମାନେ ବିଜେଡି ଦଳକୁ ଡିଆଁ ମାରୁଥିବା ଦେଖାଯିବା ସହ ଏହା ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇପଡିଛି ।
ପ୍ରତିଦିନ ଏହି ଧାରା ପ୍ରାୟତଃ ଲାଗି ରହିଛି । ଯାହାକି , ଗତ ୨/୩ ଦିନ ପୂର୍ବେ ବିଜେପି\’ର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଜି: ଭେଙ୍କେଟ ରାବଣା ବିଜେପି ଦଳଛାଡି ବିଜେଡି ଦଳରେ ମିଶିଥିବା ବେଳେ ଗତକାଲି ବିଜେପି\’କୁ ଆଉ ଏକ ଶକ୍ତ-ଝଟକା ଲାଗିବା ସଦୃଶ ବିଜେପିର ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରା ନିଜ ସମର୍ଥକ ମାନଙ୍କ ସହ ବିଜେପି ଦଳଛାଡି ବିଜେଡି\’ରେ ମିଶିଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ବିଜେପି ଓ କଂଗ୍ରେସ ଦଳର ବହୁ ନେତା, କର୍ମୀ ଓ ସମର୍ଥକ ଦଳ ଛାଡ଼ି ବିଜେଡିର ସ୍ଵଚ୍ଛ ଶାସନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶୁଥିବା ଦେଖିବାକୁ ମିଳିଛି। ପ୍ରାୟ ପ୍ରତିଦିନ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ମିଶ୍ରଣ-ପର୍ବ ଯୋର ସୋରରେ ଚାଲିଛି।
ମୋହନା ସ୍ଥିତ ହିଲଟପ କଲେଜ ଛକ ଠାରେ ବିଜେଡି\’ର ଏକ ବିରାଟ ସମାବେଶ ଓ ମିଶ୍ରଣ-ପର୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା ବିଧିବଦ୍ଧ ଭାବେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ।
ତାଙ୍କ ସହିତ ପୂର୍ବତନ ୱ।ର୍ଡମେମ୍ବର ଯୋଗେନ୍ଦ୍ର କୁମାର ସାହୁ , ନାରାୟଣପତି , ନାରାୟଣ ପାଣିଗ୍ରାହୀ , କାବୁଲି କୁମାର ରଥ , ରାଜା ପଟ୍ଟନାୟକ ଆଦି ବହୁ ବ୍ୟକ୍ତି ବିଜେଡି\’ରେ ସାମିଲ ହୋଇଥିବା ଜଣାଯାଇଛି ।।
ବିଜେଡିର ଏହି ଆୟୋଜିତ ମିଶ୍ରଣ-ପର୍ବ\’ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା , ବିଜେଡିର ରାଜ୍ୟ ସାଧାରଣ ସଂପାଦକ ତଥା ମିଡିଆ ସେଲ ଉପଦେଷ୍ଟା ଶ୍ରୀ ମାନସ ମଙ୍ଗରାଜ , ବିଜେଡି ମୁଖପାତ୍ର ଶ୍ରୀ ଅମିତ ସାମଲ , ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ ପ୍ରମୁଖ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରା\’ଙ୍କ ସମେତ ବିଜେଡି\’କୁ ଭଲ ପାଉଥିବା ନବାଗତ ସମର୍ଥକ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ବିଜେଡି ଦଳକୁ ଭବ୍ୟ ସ୍ଵାଗତ କରିଥିଲେ।
ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜ ପ୍ରତିକ୍ରୀୟାରେ କହିଛନ୍ତି ଯେ , ଜିଲ୍ଲା ବିଜେପି ନେତା ତାଙ୍କୁ ଅଣଦେଖା କରିବା , କୌଣସି କ୍ଷେତ୍ରରେ ସହଯୋଗ ନ କରିବା, କୌଣସି ଦଳୀୟ କାର୍ଯ୍ୟକ୍ରମରେ ସୂଚନା ନ ଦେବା , ଦଳ ତାଙ୍କ ପ୍ରତି ଆନ୍ତରିକତା ନ ଦେଖାଇବା ଓ ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ଓ ୱାନ-ରାଜ ମନୋମୁଖୀ ଯୋଗୁଁ ବହୁ ନେତା ଓ କର୍ମୀ ବିଜେପି ଦଳ ଛାଡି ଚାଲି ଯାଉଥିବା ଓ ଜିଲ୍ଲା ବିଜେପି ଦଳରେ ନୀତି , ଆଦର୍ଶ ଓ ଶୃଙ୍ଖଳା ନ ଥିବା ଯୋଗୁଁ ସେ ଦଳ ତ୍ୟାଗ କରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତୀ , ସୁଶାସନ , ଜନହିତକର କାର୍ଯ୍ୟକ୍ରମରେ ସେ ସମ୍ପୂର୍ଣ୍ଣ ଭାବେ ଅନୁପ୍ରାଣୀତ ହୋଇ ସେ ବିଜେପି ଛାଡି ବିଜେଡି ଦଳରେ ଯୋଗ ଦେଇଥିବା କହିଛନ୍ତି।
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂ ରୂପେଶ ପାଣିଗ୍ରାହୀ , ଦଣ୍ଡାସି ସାହୁ , ଜମିଦାର ପଟନାୟକ , ଅନ୍ତର‌୍ୟ୍ୟାମୀ ଗମାଙ୍ଗ ଏବଂ ପଲ୍ଲଭ ଲୀମା ପ୍ରମୁଖଙ୍କ ସମେତ ଜିଲ୍ଲା ଓ ମୋହନା ବିଜେଡି ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031