Indus Valley Times

ମୋ ସରକାର ସମୀକ୍ଷା: ୨୭ ବିଭାଗରେ ୨୨୫ଟି ସେବା ମୋ ସରକାରରେ ସାମିଲ ହୋଇଛି

 Breaking News

ମୋ ସରକାର ସମୀକ୍ଷା: ୨୭ ବିଭାଗରେ ୨୨୫ଟି ସେବା ମୋ ସରକାରରେ ସାମିଲ ହୋଇଛି

October 05
22:42 2021

ଭୁବନେଶ୍ୱର,୫/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ସବୁ ସ୍ତରରେ, ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍ ନେବାପାଇଁ ସେ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର‌୍ୟ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ ଏବଂ ଏହାଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକ ମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର‌୍ୟ୍ୟକ୍ରମ ଗୁଡିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ । ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ । ମୋ ସରକାର କାର‌୍ୟ୍ୟକ୍ରମରେ ଟେକ୍ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ । ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ ।
ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ବାରା ଓଡିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ବାସକୁ ଭିତ୍ତିକରି ସବୁସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍ରେ ସିଧାସଳଖ କଥାହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁ ବିଭାଗ ଗୁଡିକର ଫିଡ୍ବ୍ୟାକ୍ ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗ ଗୁଡିକର କାର‌୍ୟ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031