Indus Valley Times

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା”

 Breaking News

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା”

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା”
March 15
20:58 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ସମସ୍ତ କ୍ଳଷ୍ଟରର ବିଦ୍ୟାଳୟ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରାୟ ୭୦୦ ଜଣ ପରୀକ୍ଷାର୍ଥୀ ଯୋଗ ଦେଇ ପରୀକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯଥା : ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ‘ଉଲ୍ଲାସ – ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ’ ଅଧୀନରେ ପରିଚାଳିତ ହେଉଅଛି ।
୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଯେଉଁମାନେ ବିଦ୍ୟାଳୟ ଯାଇନାହାଁନ୍ତି, ସେମାନଙ୍କର ପଢ଼ିବା, ଲେଖିବା ଏବଂ ସାଧାରଣ ଗଣିତ ଦକ୍ଷତାକୁ ପରୀକ୍ଷା କରିବା। ଏଥିରେ ମୁଖ୍ୟତଃ ତିନୋଟି ବିଷୟ ଥାଏ: ପଠନ, ଲିଖନ ଏବଂ ସଂଖ୍ୟାଜ୍ଞାନ ।
ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ‘ନବ-ସାକ୍ଷର’ ଭାବେ ଘୋଷଣା କରାଯାଏ ଏବଂ ଏନ.ଆଇ. ଓ.ଏସ ପକ୍ଷରୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ। ସମଗ୍ର ଓଡ଼ିଶାରେ ହଜାର ହଜାର ଶିକ୍ଷାର୍ଥୀ ଏହି ପରୀକ୍ଷା ଦେଇ ସାକ୍ଷରତା ପ୍ରମାଣପତ୍ର ହାସଲ କରୁଛନ୍ତି।
ଶେଷରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031