Indus Valley Times

ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ

 Breaking News

ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ

ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ
January 12
17:21 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୧ : ପିଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ,ପାଲଝର ଠାରେ ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ଉଦ୍ୟମ ରେ ଗତ ୦୭/୦୧/୨୦୨୫ ଦିନ ଆୟୋଜନ କରାଯାଇଥିଲା । ଆୟୋଜିତ ଉତ୍ସବ କୁ ନାଇଜର ,ଭୁବନେଶ୍ବର ରୁ ଆସିଥିବା ଶ୍ରୀ ବାଳକୃଷ୍ଣ ଏଲ. ବିଜ୍ଞାନ ପ୍ରତିଭା ଅଧିକାରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ସାହୁ ସ୍ଵାଗତ ଭାଷଣ ରଖିଥିଲେ ।
ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରେ ମାତୃଭାଷା ର ଉନ୍ନତି କୁ ଗୁରୁତ୍ଵାରୋପ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ନୂତନ ଶିକ୍ଷା ନୀତି ୨୦୨୦ ର ଆଧାରରେ ଭାଷଣ କୌଶଳ ର ବୃଦ୍ଧି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଗଲ୍ପ ଉତ୍ସବ କୁ ଅତିଥିମାନେ ଏକ ଅଭିନବ ପ୍ରୟାସ ବୋଲି ମତ ବ୍ୟକ୍ତ କରିଥିଲେ ।
ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଲ୍ପ କଥନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଭାଗ ନେଇ ଥିଲେ । ଜେ ଏନ ଭି ର ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା “ ରାଜକୁମାରୀ ଚମ୍ପା ଓ ପିଶାଚ , ଅସୁରୁଣୀ ଗପ ” କହି ଗଳ୍ପ ଉତ୍ସବକୁ ମନୋଜ୍ଞ କରିଥିଲେ ।
ଗଳ୍ପ ଉତ୍ସବର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ସଙ୍ଗେ ସଙ୍ଗେ ଉତ୍ସବର ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031