Indus Valley Times

ମୟୂରଭଞ୍ଜ : ଢାବା କର୍ମଚାରୀଙ୍କୁ ଗୁଳିମାଡ଼

 Breaking News

ମୟୂରଭଞ୍ଜ : ଢାବା କର୍ମଚାରୀଙ୍କୁ ଗୁଳିମାଡ଼

ମୟୂରଭଞ୍ଜ : ଢାବା କର୍ମଚାରୀଙ୍କୁ ଗୁଳିମାଡ଼
January 15
13:30 2023

କଟକ,୧୫/୧: ମୟୂରଭଞ୍ଜ ଜିଲ୍ଲା ଆନ୍ତରାଜ୍ୟ ସୀମା ଝାରପୋଖରିଆ ଥାନା ଅଧୀନ ଜାମଶଳାରେ ଗୁଳି ଫୁଟି ଜଣେ ଆହତ ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଓଁକାର ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି।
ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ଅଣା ଯାଇଛି। ତେବେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।
ଉକ୍ତ ଆହତ ଙ୍କ ନାମ ସୁଜୟ ନାୟକ ବୋଲି ଜଣାଯାଇଛି। ତାଙ୍କର ବୟସ ୧୯ ବର୍ଷ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031