Indus Valley Times

ଯଶସ୍ୱୀଙ୍କ ଡବଲ୍ ଟନ୍, ଜାଡେଜାଙ୍କୁ ୫ ୱିକେଟ୍: ମାଟି କାମୁଡ଼ିଲା ଇଂଲଣ୍ଡ

 Breaking News

ଯଶସ୍ୱୀଙ୍କ ଡବଲ୍ ଟନ୍, ଜାଡେଜାଙ୍କୁ ୫ ୱିକେଟ୍: ମାଟି କାମୁଡ଼ିଲା ଇଂଲଣ୍ଡ

ଯଶସ୍ୱୀଙ୍କ ଡବଲ୍ ଟନ୍, ଜାଡେଜାଙ୍କୁ ୫ ୱିକେଟ୍: ମାଟି କାମୁଡ଼ିଲା ଇଂଲଣ୍ଡ
February 18
19:37 2024

ରାଜକୋଟ୍,୧୮/୨ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ।
ଏହି ଟେଷ୍ଟ ମ୍ୟାଚରେ ନିଜର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା ।
ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ୧୦ମ ସ୍ଥାନରେ ଆସିଥିବା ମାର୍କ ଉଡ୍ ସର୍ବାଧିକ ୩୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031