Indus Valley Times

ଯାଜପୁରଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳିତ

 Breaking News

ଯାଜପୁରଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳିତ

ଯାଜପୁରଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳିତ
August 29
21:17 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୯/୮ : ଅଗଷ୍ଟ ତା ୨୯ ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା,ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ଯାଜପୁର ଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।
ସ୍ଥାନୀୟ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ଚରଣ ଟୁଡୁ, ହକି ପ୍ରଶିକ୍ଷକ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଭାରତୀୟ ହକିର ଯାଦୁଗର, ପଦ୍ମଭୂଷଣ,ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ କହିଥିଲେ ଯେ ବର୍ତ୍ତମାନର ବ୍ୟସ୍ତ ବହୁଳ ଆଧୁନିକ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅନେକ ସମୟରେ ହଠାତ ଲୋକମାନେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତେଣୁ ରୋଗ ଠାରୁ ଦୁରେଇ ରହି ନିଜ ଶରୀରକୁ ସୁସ୍ଥ ଓ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ଅତିକମରେ ଏକ ଘଣ୍ଟା ଖେଳ ପଡିଆରେ ଖେଳକୁଦରେ ବିତାଇବା ଉଚିତ। ଖେଳକୁଦ ମଣିଷକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶକ୍ତିଶାଳୀ କରିବା ସହିତ ସକାରାତ୍ମକ ଭାବନା ଉଦ୍ରେକ କରିଥାଏ।ପରେ ପରେ ଜିଲ୍ଲାପାଳ ଇଣ୍ଡୋର ଷ୍ଟାଡ଼ିୟମରେ ବ୍ୟାଡ଼ମିଣ୍ଟନ, ତାଇକାଣ୍ଡୋ ଏବଂ ଅନ୍ୟାନ୍ୟ କ୍ରୀଡ଼ାବିତ ମାନଙ୍କୁ ଭେଟି କ୍ରୀଡା କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିବାକୁ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ହକି ପ୍ରଶିକ୍ଷକ ଅମୁଲ୍ୟ କୁମାର ବେହେରା, ମମତା କିଣ୍ଡୋ, କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରେ ପରେ ଜିଲ୍ଲା ସ୍କୁଲ ଓ ହକିପ୍ରଶିକ୍ଷଣ କେନ୍ଦ୍ର, ଏନ. ସି. କଲେଜ ମଧ୍ୟରେ ପ୍ରଦର୍ଶନୀ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନ ସି କଲେଜ ଦଳ ଚାମ୍ପିୟନ ହୋଇଥିଲେ।
ଏହାପରେ ଉପସ୍ଥିତ କ୍ରୀଡ଼ାବିତ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଫିଟନେସ କାର୍ଯ୍ୟକଳାପରେ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930