Indus Valley Times

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରୀ

 Breaking News

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରୀ

August 25
23:21 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଏହାର ଶାଖା ନଦୀ କାଣୀ ନଦୀରେ ଦଶରଥପୁର ବ୍ଲକ ଅନ୍ତର୍ଗତ ଅହିୟାସ ପଞ୍ଚାୟତର ବଙ୍ଗାଳାବାଡି ରେ ଏକ ଘାଇ ସୃଷ୍ଟି ହୋଇ ୨୦ ଟି ପଞ୍ଚାୟତ ଏବଂ ଯାଜପୁର ବ୍ଲକ ର ୦୧ ଟି ପଂଚାୟତ ଜଳବନ୍ଦୀ ହୋଇଅଛି।
ଦଶରଥପୁର ବ୍ଲକର କଷପା, ମଲିକାପୁର, ତରପଦା, ସୁଶୁଆ, ଦୁଦୁରାଅଣ୍ଟା, ନିଜାମପୁର, ଦତ୍ତପୁର, କୟାଁ, କମରଡିହ, ଖାନନଗର, ଛଚିଣା, ମଙ୍ଗଳପୁର, ଯୟନ୍ତରା, କଟିକଟା ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଛନ୍ତି।
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଉକ୍ତ ୨୧ ଟି ପଞ୍ଚାୟତର ୧୮୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
୬୧୯୧ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୧୪ ଟି ରିଲିଫ ସେଣ୍ଟର୍ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଆଜି ଅପରାହ୍ନ ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଅଞ୍ଚଳରେ ୧୫୦ କ୍ୱିଣ୍ଟାଲ୍ ଚୁଡ଼ା ଓ ୧୫ କ୍ୱିଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି।
ଆମ୍ବୁଲାନ୍ସ ସହିତ ୦୨ ଟି ମେଡିକାଲ ଟିମ୍ ଓ ୦୯ ଟି ଭେଟେରୀନାରୀ ଟିମ୍ ନିୟୋଜିତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର‌୍ୟ୍ୟରେ ୦୨ ଟି ଓଡରାଫ ଓ ୦୧ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ଦଶରଥପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ ପଟ୍ଟନାୟକ, ତହସିଲଦାର ଶ୍ରୀ ରଶ୍ମିରଞ୍ଜନ ମଲ୍ଲିକ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି।
ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକରେ ଉପସ୍ଥିତ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଶିବାନନ୍ଦ ସ୍ବାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ବିଂଝାରପୁର ଓ ଦଶରଥପୁର ବ୍ଲକ, ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନଙ୍କୁ ବଡ଼ଚଣା ଓ ଧର୍ମଶାଳା ବ୍ଲକ୍, ଶ୍ରୀ ସପନ କୁମାର ନନ୍ଦ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କୁ ଦାନଗଦି, ସୁକିନ୍ଦା ବ୍ଲକ୍ ଓ ବ୍ୟାସନଗର ମ୍ୟୁନିସିପାଲଟି, ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ କୋରେଇ ଓ ରସୁଲପୁର ବ୍ଲକ୍ ଓ ଶ୍ରୀ ତାପସ ରଂଜନ ଦେହୁରୀ, ଉପ ଜିଲ୍ଲାପାଳଙ୍କୁ ବରୀ, ଯାଜପୁର ବ୍ଲକ୍ ଓ ଯାଜପୁର ମ୍ୟୁନିସିପାଲଟି ଦାୟିତ୍ୱରେ ରଖାଯାଇଛି।ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା ଜିଲ୍ଲା କଣ୍ଟ୍ରୋଲ ରୁମ ପରିଚାଳନା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031