Indus Valley Times

ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

 Breaking News

ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

December 25
18:13 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୧୨ : ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୁଶାସନ ଦିବସ -୨୦୨୫ ପାଳିତ ହୋଇଯାଇଛି।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ଦାମୋଦର ବେହେରା ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଏକ ଜାତୀୟ ଚେତନାବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ ସୁନ୍ଦର କବିତା ଆବୃତ୍ତି କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ କର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଲୋକଙ୍କ ପାଖରେ ସୁଶାସନର ଫଳ ପହଞ୍ଚିବା ଦିଗରେ ପ୍ରୟାସ କରିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭଲ ଉଦ୍ଦେଶ୍ୟ ଏବଂ ସମ୍ବେଦନଶୀଳ ମନୋଭାବ ସହ ତତ୍ପର ହୋଇ ଲୋକଙ୍କ ସମସ୍ୟା ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ଏବଂ ନୂଆ ବର୍ଷରେ ନୂଆ ସଂକଳ୍ପ ନେଇ ଲୋକସେବା ଜାରି ରଖିବା ପାଇଁ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ଦାମୋଦର ବେହେରା କହିଥିଲେ ଯେ ଅଟଳଜୀଙ୍କ ଚିନ୍ତା ଚେତନା ହିଁ ତାଙ୍କ ପରିଚୟ।
ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ, ରାଷ୍ଟ୍ର ପ୍ରତି ତାଙ୍କ ଅବଦାନ, ଆଦର୍ଶ ଏବଂ ବିଚାରଧାରା ସମ୍ପର୍କରେ ଆଲୋକପାତ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଯେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ମହାନ୍ ଜନନାୟକ ଥିଲେ ଏବଂ ତାଙ୍କ ଆଦର୍ଶ ଆମକୁ ଅନୁପ୍ରାଣିତ କରିଆସୁଛି।
ଉତ୍ତମ ପ୍ରଶାସକ ସୃଷ୍ଟି କରିବାରେ ପରିବାର, ସମାଜ ଏବଂ ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ଅବସରରେ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଏବଂ କବିତା ପାଠୋତ୍ସବରେ ଅଂଶଗ୍ରହଣ କରିଥିବା କବିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ଅତିଥି ମାନେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଓ ଅଟଳବିହାରୀ ବାଜପେୟୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଦିବସରେ ସହରର ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ,ମହିଳା, କବି, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031