Indus Valley Times

ଯାଜପୁର : ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

 Breaking News

ଯାଜପୁର : ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଯାଜପୁର : ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ
May 03
17:16 2024

ଭୁବନେଶ୍ବର,୩/୫: ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ଓ ପ୍ରଚାର ସରଗରମ ହେଉଛି। ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରଚାର ଜମୁଛି।
ଏହି ଆସନରେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ଟିକେଟ୍ରେ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି। ତେବେ ଆକାଶ ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ । ବ୍ୟାସନଗର ପୌରାଂଚଳରେ ମହିଳା କର୍ମୀଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। କୋରେଇ ଅସ୍ମିତା, ସ୍ୱାଭିମାନ ଓ ସମ୍ନାର କଥା କହି ଆକାଶ ଦାସ ନାୟକଙ୍କ ପାଇଁ ଭୋଟ ମାଗୁଛନ୍ତି ତାଙ୍କ ପତ୍ନୀ।
ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଉଷ୍ମ ହେଉଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଗୀତ ଗାଉଛନ୍ତି ଓ ଡାଇଲଗ୍ ବି କହୁଛନ୍ତି। ଗୁରୁବାର ଗୋଷାଣୀ ବ୍ଲକରେ ବାଇକ ରାଲି ସହ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ପ୍ରିୟା। ଅଭିନେତ୍ରୀ ପ୍ରିୟାଙ୍କୁ ଷ୍ଟାର କ୍ୟାମ୍ପେନର କରିଛି ଦଳ। ସେହିପରି ରୂପେଶ ପାଣିଗ୍ରାହୀଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031