Indus Valley Times

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା, ପୁଣି ବଢ଼ିଲା ବସ୍ ଭଡ଼ା

 Breaking News

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା, ପୁଣି ବଢ଼ିଲା ବସ୍ ଭଡ଼ା

ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା, ପୁଣି ବଢ଼ିଲା ବସ୍ ଭଡ଼ା
June 02
16:18 2026

ଭୁବନେଶ୍ୱର, ୨/୬ : ରାଜ୍ୟର ଲକ୍ଷାଧିକ ବସ୍ ଯାତ୍ରୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଝଟକା। ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇ ପୁଣିଥରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଲା।
ସାଧାରଣ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ହୋଇଛି। ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ହୋଇଛି।
ତୈଳ ଦର ବୃଦ୍ଧି ଓ ପରିଚାଳନା ଖର୍ଚ୍ଚ ବଢ଼ିବାକୁ ଦର୍ଶାଇ ବସ୍ ମାଲିକ ସଂଘ ଭଡ଼ା ବୃଦ୍ଧି ପାଇଁ ଚାପ ସୃଷ୍ଟି କରିଥିଲା। ଏପରିକି ଦାବି ପୂରଣ ନହେଲେ ଜୁନ୍ ୧୧ରୁ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଥିଲା। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସାରୁ ବଢ଼ି ୯୨ ପଇସା ହୋଇଛି।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି। ଡିଲକ୍ସ ବସ୍ ଭଡ଼ା ୧.୩୧ ଟଙ୍କାରୁ ବଢ଼ି ୧.୩୫ ଟଙ୍କା ହୋଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡ଼ା ୧.୫୯ ଟଙ୍କାରୁ ବଢ଼ି ୧.୬୩ ଟଙ୍କାକୁ ପହଞ୍ଚିଛି। ସୁପର ଡିଲକ୍ସ ବସ୍ ଭଡ଼ା ମଧ୍ୟ ୨.୪୭ ଟଙ୍କାରୁ ବଢ଼ି ୨.୫୩ ଟଙ୍କା ହୋଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ମେ’ ୧୫ ତାରିଖରେ ମଧ୍ୟ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ଏହାର କିଛି ସପ୍ତାହ ପରେ ପୁଣି ଥରେ ଭଡ଼ା ବଢ଼ିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନୂଆ ଦର ଆସନ୍ତା କାଲିଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି।
ବସ୍ ମାଲିକ ସଂଘ ଏହାକୁ ଆବଶ୍ୟକୀୟ ପଦକ୍ଷେପ ବୋଲି କହୁଥିବା ବେଳେ ସାଧାରଣ ଯାତ୍ରୀଙ୍କ ପାଇଁ ଏହା ଏକ ଅତିରିକ୍ତ ଆର୍ଥିକ ବୋଝ ପାଲଟିଛି।
ପ୍ରତିଦିନ ବସ୍‌ରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ, କର୍ମଚାରୀ ଓ ଶ୍ରମିକ ବର୍ଗ ଏହି ବୃଦ୍ଧିର ସିଧାସଳଖ ପ୍ରଭାବ ଅନୁଭବ କରିବେ। ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହ ଏବେ ବସ୍ ଭଡ଼ା ବୃଦ୍ଧି ଲୋକଙ୍କ ଘରୋଇ ବଜେଟ୍‌କୁ ଆହୁରି ଚାପରେ ପକାଇବ ବୋଲି ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930