Indus Valley Times

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

 Breaking News

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ
August 12
19:36 2021

ଭୁବନେଶ୍ବର,୧୨/୮: ଗୁରୁବାର ଦିନ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରୁ www.samsodisha.gov.in ପୋଟାର୍ଲରେ ଫର୍ମ ଉପଲବ୍ଧ ହୋଇଛି। ଆଜି ଠାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
ସେପ୍ଟେମ୍ବର ୧୩ ତାରିଖ ଦିନ ୧୧.୩୦ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୪ ରୁ ୨୧ ତାରିଖ ମଧ୍ୟରେ ହେବ। ସେପ୍ଟେମ୍ବର ୨୭ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ ବା କଟ ଅଫ ମାର୍କ, ଯେଉଁଥିପାଇଁ ୨୯ ସେପ୍ଟେମ୍ବର ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ହେବ। ଦୁଇଟି ପର୍ଯ୍ୟାୟ ଆଡମିସନ ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡମିସନ ପାଇଁ ମେରିଟ ଲିଷ୍ଟ ଅକ୍ଟୋବର ୪ତାରିଖ ଦିନ ୨ଟାରେ ପ୍ରକାଶ ପାଇବ। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆଗ୍ରହୀ ଥିବେ ସେମାନେ ଅକ୍ଟୋବର ୪ ଓ ୫ ତାରିଖରେ ସ୍ପଟ୍ ଆଡମିସନ ପାଇଁ ପଞ୍ଜିକରଣ କରିବେ।
ଅକ୍ଟୋବର ୫ ସନ୍ଧ୍ୟା ୫ଟାରେ ସ୍ପଟ୍ ଆଡମିସନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ଅକ୍ଟୋବର ୭ ତାରିଖରେ ନାମ ଲେଖାଇବେ। ଅକ୍ଟୋବର ୮ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଶେଷ ହେବ।
ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ ହେବ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନାମଲେଖା ସୁଯୋଗ ଦେବା ଲାଗି ସିଟ୍ ବୃଦ୍ଧି କରାଯାଇଛି। ତେବେ ଆବେଦନ ତଥା ନାମଲେଖା ନେଇ କୈାଣସି ସମସ୍ୟା ପାଇଁ ସଂଯୋଗ ହେଲ୍ପଲାଇନ ନମ୍ୱର ଖୋଲାଯାଇଛି, ଯେଉଁଠି ୧୫ ଜଣ ଅଧିକାରୀ ଉପସ୍ଥିତ ରହି ଅଭିଯୋଗର ସମାଧାନ ଦିଗରେ ସାହାଯ୍ୟ କରିବେ। ଏଥର ପ୍ରଥମ ଥର ପାଇଁ ପୋର୍ଟାଲରେ ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସୁବିଧା ଉପଲବ୍ଧ ଅଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031