Indus Valley Times

ଯୋବ୍ରା ଆନିକଟ ବ୍ୟାରେଜରୁ ହାତୀର ମୃତଦେହ ଠାବ

 Breaking News

ଯୋବ୍ରା ଆନିକଟ ବ୍ୟାରେଜରୁ ହାତୀର ମୃତଦେହ ଠାବ

September 28
10:53 2022

କଟକ,୨୮/୯: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।
ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ ଏସିଏଫ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଜୋବ୍ରା ବ୍ରିଜ ଉପରେ ପହଞ୍ଚିଥିଲେ। ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏକ ହାତୀର ମୃତଦେହ ଚାପି ହୋଇରହିଥିଲା ।
ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି। ଏନେଇ କଟକ ଏସିଏଫ ବିଜୟ କୁମାର ପରିଡ଼ା କହିଛନ୍ତି , ଏହି ହାତୀପଲ ଆଠଗଡ଼ରୁ ଆସିଛନ୍ତି ସେମାନେ ଗୌଦ୍ୱାରରେ ଦେଇ ଜଗତପୁର ପଳାଇ ଆସିଥିବା ଅନୁମାନ କରାଯାଉଛି। ଏବେ ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ସତର୍କ କରାଯାଉଛି।
ସୂଚନାଯୋଗ୍ୟ, ଗତ ରାତିରେ ଜଗତପୁରରେ ହାତୀପଲ ପଶି ଆସି ଉତ୍ପାତ କରିଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଓ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏଥିସହ ଆଉ ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କ ଏସସିବିରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031