Indus Valley Times

ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ : ଡୁପ୍ଲିକେଟ୍ ଚାବି ଥିବା ଜଣାପଡୁଛି, ପରବର୍ତ୍ତୀ ବୈଠକରେ ହେବ ନିଷ୍ପତ୍ତି

 Breaking News

ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ : ଡୁପ୍ଲିକେଟ୍ ଚାବି ଥିବା ଜଣାପଡୁଛି, ପରବର୍ତ୍ତୀ ବୈଠକରେ ହେବ ନିଷ୍ପତ୍ତି

ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ : ଡୁପ୍ଲିକେଟ୍ ଚାବି ଥିବା ଜଣାପଡୁଛି, ପରବର୍ତ୍ତୀ ବୈଠକରେ ହେବ ନିଷ୍ପତ୍ତି
July 06
16:02 2024

ପୁରୀ, ୬/୭: : କେବେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବ, ସେନେଇ ନିଷ୍ପତ୍ତି ଆଗାମୀ ୯ ତାରିଖରେ ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ।
ସେ କହିଛନ୍ତି, ଆଗାମୀ ୯ ତାରିଖରେ କମିଟିର ଦ୍ବିତୀୟ ବୈଠକ ସକାଳ ୧୦ଟାରେ ହେବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଦୁଇ ଦଶନ୍ଧି ହେଲାଣି, ତାଲା ଖୋଲାଯାଇନାହିଁ।
ଏଣୁ ଯଦି ଉକ୍ତ ଚାବିରେ ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା ଭଙ୍ଗାଯିବ। ଏନେଇ ଏସଓପି ଜାରି କରାଯିବ। ୯ ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏହି ଚାବିକୁ କମିଟି ଆଗରେ ରଖିବେ। ଚାବି ଉପସ୍ଥାପନ ପରେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ହେବ।
ସେ ଆହୁରି କହିଛନ୍ତି, ‘ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି। ଏହା କରାଯିବା ପରେ କମିଟି କିଛି ନିଷ୍ପତ୍ତିରେ ଉପନୀତ ହୋଇଛି। ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ସ୍ପଷ୍ଟ ହୋଇଛି।
ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ ଏବଂ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଯେହେତୁ ଚାବି ଦୀର୍ଘ ଦିନର ହେଲାଣି ତେଣୁ ଏଥିରେ ହୁଏତ କଳଙ୍କି ଲାଗିଥାଇପାରେ।
ଯଦି ଏହି ଚାବିରେ ରତ୍ନଭଣ୍ଡାର ନଖୋଲେ ତାହେଲେ ତାଲା ଭଙ୍ଗାଯିବ। ଏନେଇ ସରକାରଙ୍କୁ ଜଣାଇଦେବା ପରେ ତାଙ୍କ ପକ୍ଷରୁ ଯେଉଁ ଏସଓପି ଜାରି କରାଯିବ, ଯାହାକୁ ନେଇ ନିଷ୍ପତ୍ତି କାର‌୍ୟ୍ୟକାରୀ ହେବ।
ଏହାପରେ ପ୍ରଥମ କାମ ଭାବେ ରତ୍ନଭଣ୍ଡାରର ମରାମତି କରାଯିବ। ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ।
କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡ଼ିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାରଗୁଡ଼ିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡ଼ିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ।
ସୂଚନାଯୋଗ୍ୟ, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ନୂଆ କମିଟିର ସଦସ୍ୟ ଡା. ସି ବି କେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ମିଶ୍ର, ହରିହର ହୋତା, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସ୍ଆଇ ପ୍ରତିନିଧି, ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦଲି, ପୁରୀ ଜିଲ୍ଲାପାଳ ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆବାହକ ପ୍ରମୁଖ ଉପସ୍ଥିତ ରହିଥିଲେ। କେବଳ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଦେଶରେ ଥିବା କାରଣରୁ ବୈଠକରେ ଅନୁପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930