Indus Valley Times

‘ରଥ ଉପରେ ମୋବାଇଲ୍ ନିଷେଧ’: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

 Breaking News

‘ରଥ ଉପରେ ମୋବାଇଲ୍ ନିଷେଧ’: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

July 12
17:23 2024

ପୁରୀ, ୧୨/୭: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଛନ୍ତି। ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି।
ଦାୟିତ୍ୱ ନେବା ପରେ ସେ କହିଛନ୍ତି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।
ସେହିଭଳି ରଥ ବେଳେ କିଛି ଅଣ ସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅରବିନ୍ଦ ପାଢ଼ୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ବାହୁଡା ଯାତ୍ରା ବେଳେ ଯଦି ଏଭଳି କୌଣସି ଅଣସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କେବଳ ସେତିକି ନୁହେଁ, ରଥଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢ଼ିଥିବା ନଜରକୁ ଆସିଥିଲା। ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ଏବେ ରଥ ଉପରେ ସୀମିତ ସେବାୟତ ଚଢ଼ିବାକୁ ଅନୁମତି ଦିଆଯିବ। ଯାହାର ସେବା ନାହିଁ, ସେମାନଙ୍କୁ ରଥ ଉପରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930