Indus Valley Times

ରସିକିଆ ବିଲଡରର କଳା କାରନାମା: ବାରମ୍ବାର ପ୍ରତାରଣା କରି ଅନେକ ଝିଅଙ୍କୁ ବିବାହ କରୁଥିଲା

 Breaking News

ରସିକିଆ ବିଲଡରର କଳା କାରନାମା: ବାରମ୍ବାର ପ୍ରତାରଣା କରି ଅନେକ ଝିଅଙ୍କୁ ବିବାହ କରୁଥିଲା

ରସିକିଆ ବିଲଡରର କଳା କାରନାମା: ବାରମ୍ବାର ପ୍ରତାରଣା କରି ଅନେକ ଝିଅଙ୍କୁ ବିବାହ କରୁଥିଲା
July 08
17:12 2021

ଭୁବନେଶ୍ୱର,୮/୭: ପୋଲିସ କବଜାରେ ରସିକିଆ ବିଲିଡର। ଜଣେ ପରେ ଜଣେ ଯୁବତୀଙ୍କୁ ବିବାହ କରି ଦେଉଥିଲା ଧୋକା। ଧନୀ ଶ୍ରେଣୀର ଯୁବତୀଙ୍କୁ ଫସାଇ ବିବାହ କରି ପ୍ରତାରଣ କରୁଥିଲା। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ଥାନା ଓ ମହିଳା ଥାନାରେ ପୃଥକ ଭାବେ ୨ ଜଣ ଯୁବତୀ ଏତଲା ଦେବା ପରେ ପୋଲିସ ହାତରେ ଧରାପଡ଼ିଛି ରସିକିଆ ବିଲଡର। ସୂଚନା ଅନୁସାରେ, ପ୍ରିୟବ୍ରତ ମିଶ୍ର ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ବିବାହ କରୁଥିଲା। ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର‌୍ୟାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି। ଜଣେ ଯୁବତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଜୀବନ ସହ ଖେଳିଥିବାରୁ ପ୍ରିୟବ୍ରତ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହାସହ ସେମାନଙ୍କର ସମସ୍ତ ଜିନିଷ ଓ ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031