Indus Valley Times

ରାଜଧାନୀରେ ଚାଞ୍ଚଲ୍ୟ; ଅଫିସରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ

 Breaking News

ରାଜଧାନୀରେ ଚାଞ୍ଚଲ୍ୟ; ଅଫିସରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ

ରାଜଧାନୀରେ ଚାଞ୍ଚଲ୍ୟ; ଅଫିସରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ
November 20
17:35 2023

ଭୁବନେଶ୍ୱର,୨୦/୧୧: ପାରିବାରିକ କଳହ ପାଇଁ ଅଫିସରେ ପଶି ପତ୍ନୀଙ୍କୁ ହାଣିଲା ସ୍ୱାମୀ । ଭୁବନେଶ୍ୱରର ବରମୁଣ୍ଡାରେ ଆଜି ଅପରାହ୍ନରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ବରମୁଣ୍ଡା ବସଷ୍ଟାଣ୍ଡ ପଛପାର୍ଶ୍ୱରେ ଏକ ବିଲଡର କମ୍ପାନୀର ଅଫିସ ରହିଛି ।
ଏହି ଅଫିସରେ ମଧୁସ୍ମିତା ନାମକ ମହିଳା କାର୍ଯ୍ୟ କରନ୍ତି । ତେବେ କୌଣସି ଘଟଣାକୁ ନେଇ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କ ସ୍ୱାମୀ ଅଫିସକୁ ଆସି ମଧୁସ୍ମିତାଙ୍କୁ ଖୋଜିଥିଲେ ।
ଏହାପରେ ମଧୁସ୍ମିତାଙ୍କୁ ସାମ୍ନାରେ ଦେଖି ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।ମଧୁସ୍ମିତା ତାଙ୍କ ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ବହୁ କାକୁତିମିନତି କରିଥିଲେ ବି କେହି ତାଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ ।
ରକ୍ତମୁଖା ସ୍ବାମୀ ଆକ୍ରମଣ କରିବା ପରେ ଖସିବାକୁ ଉଦ୍ୟମ କରୁଥିବାବେଳେ ବିଲଡର ସଂସ୍ଥାର କର୍ମଚାରୀ କାବୁ କରିନେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଆହତ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031