Indus Valley Times

ରାଜଧାନୀରେ ନୂତନ ଡ୍ରେନ୍ ନିର୍ମାଣ ଏବଂ ମୁକୁଳା ଡ୍ରେନକୁ ପ୍ରସସ୍ଥିକରଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିଏମସି

 Breaking News

ରାଜଧାନୀରେ ନୂତନ ଡ୍ରେନ୍ ନିର୍ମାଣ ଏବଂ ମୁକୁଳା ଡ୍ରେନକୁ ପ୍ରସସ୍ଥିକରଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିଏମସି

October 21
09:29 2021

ଭୁବନେଶ୍ୱର,୨୧/୧୦: ରାଜଧାନୀରେ ମୁକୁଳା ଡ୍ରେନରେ ମୁଣ୍ଡ ଗଡ଼ିବା ପରେ ଆକ୍ସନକୁ ଆସିଛି ବିଏମସି । ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ କାମ କରିବାକୁ ସଂସ୍ଥାଗୁଡ଼ିକର ନାଁ ବିଏମସି ଓ୍ବେବସାଇଟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ତେବେ ଡ୍ରେନ୍ ନିର୍ମାଣ ପାଇଁ ୨୦ଟି ସ୍ଥାନରେ ବେସରକାରୀ ଜମି ଅଧିଗ୍ରହଣ କରାଯିବ । ଆବଶ୍ୟକ ସ୍ଥଳରେ ଲୋକଙ୍କୁ କ୍ଷତିପୂରଣ ଦେଇ ଡ୍ରେନ୍ ପାଇଁ ଜମି ନେବ ବିଏମସି ।
ରାଜଧାନୀରେ ଆଉ ରହିବନି ମୁକୁଳା ଡ୍ରେନ୍ । ବଡ଼ ବଡ଼ ଡ୍ରେନ୍ ଗୁଡ଼ିକର ଦୁଇ ପାଖରେ ଲାଗିବ ତାର ଜାଲି । ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ ସଂକୁଚିତ ହୋଇପଡ଼ିଥିବା ନାଳ ଗୁଡ଼ିକର ସମ୍ପ୍ରସାରଣ କରାଯିବ ।
ଏଥି ପାଇଁ ୨୦ଟି ସ୍ଥାନରେ ବେସରକାରୀ ଜମି ଅଧିଗ୍ରହଣ କରାଯିବ । ସେହିଭଳି ରାଜଧାନୀରେ ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ କାମ କରିବାକୁ ସଂସ୍ଥାଗୁଡ଼ିକର ନାଁ ବିଏମସି ଓ୍ବେବସାଇଟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ରାଜଧାନୀରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରାକୃତିକ ନାଳଗୁଡ଼ିକୁ ସଂଯୋଗ କରୁଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଜବରଦଖଲ ମୁକ୍ତ କରିବା ଉପରେ ଗୁରୁତ୍ବ ଦେଉଛି ବିଏମସି । ହୋଟେଲ ମେ ଫେୟାର ନିକଟରୁ ଜୟଦେବ ବିହାର ଛକ ପର‌୍ୟ୍ୟନ୍ତ ୪ ନମ୍ବର ନାଳକୁ ସଂପ୍ରସାରଣ କରାଯିବ ।
ଏଥି ପାଇଁ ଏଠାରେ ରହିଥିବା ଏକାଧିକ ଘରୋଇ ଜମିକୁ ଅଧିଗ୍ରହଣ କରାଯିବ । ସେହିଭଳି ଲକ୍ଷ୍ମୀସାଗର ଗାଁ ମଧ୍ୟରେ ଥିବା ମେଳଣ ପଡ଼ିଆରୁ ସାଇଫଳ ଛକ ଦେଇ ଦୟା ଓ୍ବେଷ୍ଟ କେନାଲ ପର୍ଯ୍ୟନ୍ତ ଯାଇଥିବା ୫ ନମ୍ବର ନାଳଟି ଯେଉଁ ସବୁ ଘରୋଇ ଜମି ଉପରେ ଯାଇଛି ସେସବୁ ଜାଗାକୁ ଅଧିଗ୍ରହଣ କରାଯିବ ।
ଚିନ୍ତାମଣିଶ୍ବର ଶବର ସାହିର ଜାଲି ଗଳି ଦେଇ ଯାଇଥିବା ୬ ନମ୍ବର ଡ୍ରେନ୍ ସଂକୁଚିତ ହେବା ଯୋଗୁଁ ସ୍ଥାନୀୟ ଅଂଚଳରେ ସାମାନ୍ୟ ବର୍ଷାରେ ବି ଜଳାର୍ଣ୍ଣବ ହେଉଛି । ତେଣୁ ସେଠାରେ ଘରୋଇ ଜମି ଅଧିଗ୍ରହଣ କରାଯାଇ ଡ୍ରେନକୁ ଓସାରିଆ କରିବାକୁ ଯୋଜନା ହୋଇଛି ।
ସେହିଭଳି ନ୍ୟୁ-ଫରେଷ୍ଟ ପାର୍କ ସ୍ଥିତ ୭ ନମ୍ବର ନାଳ ଓ ଝାରପଡ଼ା ବୈରାଗୀନଗରର ବେସରକାରୀ ଜମି ଦେଇ ଯାଇଥିବା ୧୦ ନମ୍ବର ନାଳର ଗାର୍ଡ଼ ଓ୍ବାଲ୍ ଓ କଲଭର୍ଟ ନିର୍ମାଣ ପାଇଁ ମଧ୍ୟ ଜମି ଅଧିଗ୍ରହଣ ହେବ । ଏହି ପ୍ରକ୍ରିୟାରେ ଜମି ହରାଉଥିବା ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବ ।

ଯେଉଁ ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି ସେସବୁକୁ ଉଚ୍ଛେଦ ସାଙ୍ଗକୁ ଆବଶ୍ୟକ ସ୍ଥଳେ ଘରୋଇ ଜମିକୁ ଅଧିଗ୍ରହଣ କରାଯିବ । ଏହାସହ ନୂତନ ଡ୍ରେନ୍ ନିର୍ମାଣ ଏବଂ ପୁରୁଣା ଡ୍ରେନକୁ ପ୍ରସସ୍ଥିକରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଏମସି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031