ରାଜଧାନୀରେ ପୁଣି ମାତିଲେ ଲୁଟେରା: ଏକକାଳୀନ ଚାରିଟି ଦୋକାନ ଭାଙ୍ଗି ଲକ୍ଷାଧିକ ସମ୍ପତ୍ତି ଲୁଟ
September 08
15:41
2021
ଭୁବନେଶ୍ୱର, ୮/୯: ଗତକାଲି ରାତିରେ ଦୁର୍ବୃତ୍ତମାନେ ଖଣ୍ଡଗିରିସ୍ଥିତ ୪ଟି ପ୍ଲାଏ ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନେଇଥିବା ବୁଧବାର ସକାଳେ ଖଣ୍ଡଗିରି ଥାନାରେ ଦୋକାନ ମାଲିକ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରତିଦିନ ଭଳି ପ୍ଲାଏ ଦୋକାନ ମାଲିକ ବୁଧବାର ସକାଳେ ଦୋକାନ ଖୋଲିବାକୁ ଆସିଥିଲେ। ଏହି ସମୟରେ ସେ ନିଜ ଦୋକାନ ସହ ପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।
ଏହାପରେ ତାଙ୍କ ଦୋକାନରେ ଥିବା ନଗଦ ୫୦ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଜିନିଷ ନେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସେ ଜାଣିବାକୁ ପାଇଥିଲେ।
ଏହି ଚୋରି ଘଟଣାକୁ ନେଇ ଦୋକାନ ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ କେତେଜଣ ଚୋରଙ୍କୁ ଚିହ୍ନଟ କରିଥିବା ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।