Indus Valley Times

ରାଜଧାନୀରେ ପୁଣି ଲଜ୍ଜ୍ୟା, ଚାକିରି ଦେବା ନାଁରେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ

 Breaking News

ରାଜଧାନୀରେ ପୁଣି ଲଜ୍ଜ୍ୟା, ଚାକିରି ଦେବା ନାଁରେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଜଧାନୀରେ ପୁଣି ଲଜ୍ଜ୍ୟା, ଚାକିରି ଦେବା ନାଁରେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ
December 21
11:15 2025

ଭୁବନେଶ୍ୱର,୨୧/୧୨ : ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ନାବାଳିକାଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବାକୁ କହି ୨ଯୁବକ ୟୁନିଟ-୯ରେ ଥିବା ଭଡ଼ାଘରକୁ ଡାକିଥିଲେ। ସେଠାରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛାଡ଼ିବା ପରେ ତାଙ୍କ ମୋବାଇଲ୍ ନେଇ ପଳାଇଥିଲେ।
ସେଠାରେ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ନାବାଳିକା ଶହୀଦନଗର ଥାନାରେ ଶୁକ୍ରବାର ସକାଳ ୯ଟାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା।
ଏହି ଟିମ୍‌୍ ଶହୀଦନଗର ଥାନା ଅଞ୍ଚଳରେ ଶନିବାର ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତହେଲେ ମୁକୁନ୍ଦପ୍ରସାଦର ସାହିଲ ଖାନ୍ ଏବଂ ଖୋର୍ଦ୍ଧା ସାରୁଅର ଅକ୍ଷୟ ରାଉତ। ଦୁଇ ଅଭିଯୁକ୍ତ ୟୁନିଟ-୯ରେ ଘର ଭଡ଼ା ନେଇ ପ୍ରତିଯୋଗିତାମୂଳକ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ମାମଲାରେ ଫେରାର ଥିବା ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଧରିବାକୁ ପୋଲିସ ଚଢାଉ ଜୋରଦାର କରିଛି। ଏଥିସହ ଭଡ଼ା ଘରେ ସାଇଣ୍ଟିଫିକ୍ ଟିମ୍ ଯାଇ ଏକାଧିକ ନମୁନା ସଂଗ୍ରହ କରିଛି।
ପୋଲିସ ସୂଚନାନୁସାରେ, ଗତ୧୮ ତାରିଖରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଡାଟା ଏଣ୍ଟ୍ରି ଚାକିରି କରିବା ପାଇଁ କହି ଡାକିଥିଲେ। ସେହିଦିନ ନାବାଳିକାଙ୍କୁ ତାଙ୍କ ପୁରୁଷବନ୍ଧୁ ସାଥିରେ ଧରି ଦୁଇ ଅଭିଯୁକ୍ତ ରହୁଥିବା ଭଡ଼ା ଘରେ ପହଞ୍ଚତ୍ଥିଲେ। ସେଠାରେ ନାବାଳିକାଙ୍କୁ ଅପେକ୍ଷା କର ସନ୍ଧ୍ୟାରେ ଇଣ୍ଟରଭ୍ୟୁ ପାଇଁ ଯିବ ବୋଲି କହି ଛାଡ଼ିଥିଲେ। ଏପରିକି ନାବାଳିକାଙ୍କ ଫୋନ୍ ମଧ୍ୟ ସେ ନେଇ ପଳାଇଥିଲେ।
ଘର ଭିତରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିବା ପରେ ମାଡ଼ ମାରିଥିଲେ। ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା ତାଙ୍କ କଥାରେ ରାଜି ହୋଇ ଜୀବନ ବଞ୍ଚାଇ ବାହାରକୁ ଆସି ଘରକୁ ପଳାଇଥିଲେ। ୧୯ ତାରିଖ ସକାଳେ ଥାନାକୁ ଆସି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031