Indus Valley Times

ରାଜଧାନୀରେ ମାତିଲେ ଲୁଟେରା; ଝରକା ତାଡ଼ି ନେଇଗଲେ ୨୦ ଭରି ସୁନା ସହ ଟଙ୍କା

 Breaking News

ରାଜଧାନୀରେ ମାତିଲେ ଲୁଟେରା; ଝରକା ତାଡ଼ି ନେଇଗଲେ ୨୦ ଭରି ସୁନା ସହ ଟଙ୍କା

November 10
18:00 2024

ଭୁବନେଶ୍ୱର,୧୦/୧୧: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ଲୁଟେରାମାନେ ଶାବଳରେ ଝରକା ତାଡ଼ି ଘରେ ପଶିଥିଲେ। ବୃଦ୍ଧ ଦମ୍ପତିଙ୍କୁ ଭିତର ପଟୁ ତାଲା ପକାଇ ପ୍ରାୟ ୨୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଇନ୍‌ଫୋସିଟି ଥାନାରେ ବଂଶୀଧର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ବିଭିନ୍ନ ଆଡ଼େ ତନାଘନା ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031