Indus Valley Times

ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍, ଅତିଥି ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

 Breaking News

ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍, ଅତିଥି ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍, ଅତିଥି ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
February 10
19:16 2024

ଭୁବନେଶ୍ୱର,୧୦/୨: ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। କେତେବେଳେ ଆପାର୍ଟମେଣ୍ଟରୁ ଚୋରି କରୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍ତାଇ କରୁଛନ୍ତି। ଏବେ ଲୁଟେରା ମାନେ ନୂଆ କୌଶଳ ଅପଣାଇଛନ୍ତି। ଏବେ ବାହାଘର ସିଜିନ ଚାଲିଥିବା ବେଳେ ରାଜଧାନୀରେ ବାହାଘର ମଣ୍ଡପ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଲୁଟେରା।
ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ମଣ୍ଡପରେ ବାହାଘର ଚାଲିଥିବା ବେଳେ ଝିଅ ଘର ଲୁଟ୍ର ଶିକାର ହୋଇଛନ୍ତି। ଲୁଟେରା ଉପହାର ସମେତ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ବେଳରୁ ଦୃଶ୍ୟ ମଣ୍ଡପରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।
ବେଦିରେ ବାହାଘର ଚାଲିଥିବା ବେଳେ ଜଣେ ମହିଳା ଏକ ବ୍ୟାଗ୍ ଛାଡ଼ି ଜଣେ ଫଟୋଗ୍ରାଫରଙ୍କୁ କିଛି କହିବାକୁ ଯାଇଥିଲେ। ସେହି ବ୍ୟାଗରେ କିଛି ଦାମୀ ଉପହାର ସହିତ ଅତିଥି ମାନେ ଦେଇ ଥିବା ଟଙ୍କା ଭର୍ତ୍ତି ଖାମ ଥିଲା।
ମହିଳା ଜଣକ ଉକ୍ତ ବ୍ୟାଗ ଛାଡ଼ି ଉଠିଯିବା ପରେ ତାଙ୍କ ପଛରେ ବସିଥିବା ଜଣେ ବ୍ୟକ୍ତି ତାକୁ ନେଇ ଚାଲିଯାଇଥିଲେ। ମହିଳା ଜଣଙ୍କ ନିଜ ସ୍ଥାନକୁ ଫେରି ବ୍ୟାଗ୍ ଉଭାନ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ।
ସେ ଚୌକି ଆଖପାଖରେ ବ୍ୟାଗଟିକୁ ଖୋଜୁଥିବା ବେଳେ ଲୁଟେରା ବ୍ୟାଗ୍ଟିକୁ ଧରି ସେଠାରୁ ଫେରାର ହୋଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଲୁଟେରା ଏକ ଲାଲ୍ ପଗଡ଼ି ପିନ୍ଧି ଥିବା ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି। ତେଣୁ ଲୁଟେରା ବରଯାତ୍ରୀରେ ସାମିଲ ହୋଇ ଆସିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031