Indus Valley Times

ରାଜଧାନୀ ଭୁବନେଶ୍ୱରରୁ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

 Breaking News

ରାଜଧାନୀ ଭୁବନେଶ୍ୱରରୁ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
October 12
19:50 2021

ଭୁବନେଶ୍ୱର, ୧୨/୧୦ : ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୨ ଜଣ ଅଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ।
ସେହିପରି ସ୍ଥାନୀୟ ଅଂଚଳରୁ ଆଜି ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯ରେ ପହଂଚିଛି।
ବିଏମ୍ସିର ସୂଚନା ଅନୁସାରେ ପଟିଆରୁ ୧୭ ଜଣ, ନୟାପଲ୍ଲୀରୁ ୧୦ ଜଣ, ପୁରୁଣା ଭୁବନେଶ୍ୱରରୁ ୧୨ ଜଣ, ଟଙ୍କପାଣି ରୋଡ୍, ସହିଦନଗର, ଖଣ୍ଡଗିରି, ଫରେଷ୍ଟ ପାର୍କରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାର, ଆଇଆରସି ଭିଲେଜ କରୋନାରେ ସଂକ୍ରମିତ ହୋଇଛନ୍ତି।
ଭୁବନେଶ୍ୱରରେ ମଙ୍ଗଳବାର ୧୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱରରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୫ରେ ପହଂଚିଛି। ୧ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୭୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031