Indus Valley Times

ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

 Breaking News

ରାଜେନ୍ଦ୍ର ପାର୍କରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

June 21
14:22 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୧/୬ : ଉତ୍କଳ ମହିଳା ବିକାଶ ପରିଷଦ,ପାତାଞଳୀ ଯୋଗ ପୀଠ,ମାଲପଡ଼ା ରାମସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
ଚଳିତ ବର୍ଷର ଥିମ “ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ\” କୁ ଆଧାର କରି ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ-ଯୁବତୀ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ।ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକ ମିଶ୍ରଙ୍କ ଆୟୋଜନ ରେ ପାତଞଳୀ ଯୋଗପୀଠ ର ସୂଜାତା ଦିଶ୍ରୀ, ଦୀପ୍ତୀମୟୀ ମିଶ୍ର,ଏବଂ ସରୋଜା ମାଝୀ ଙ୍କ ନେତୣତ୍ବ ରେ ପ୍ରଭାତରୁ ପାତାଞଳୀ ଯୋଗ ପୀଠର ଯୋଗ ଗୁରୁଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ଓ ବିଭିନ୍ନ ଆସନ ଅଭ୍ୟାସ କରାଯାଇଥିଲା।
ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକା ମିଶ୍ର,\”ଯୋଗ କେବଳ ବ୍ୟାୟାମ ନୁହେଁ,ଏହା ଶରୀର,ମନ ଓ ଆତ୍ମାକୁ ଯୋଡ଼ିବାର ମାଧ୍ୟମ ବୋଲି କହିଥିଲେ।
ସବୁ ସଂଗଠନ ଏକାଠି ହୋଇ ଏହି ବାର୍ତା ଦେଇଥିବା ବେଳେ ଉତ୍କଳ ମହିଳା ବିକାଶ ପରିଷଦର ସବିତା ରାଣୀ ମିଶ୍ର,ମମତା ସୁନା,ସୂଜାତା ନନ୍ଦ, ଦୀପାଳୀ ସାହୁ,ସଙ୍ଗୀତା ସିଂଦେଓ,ଦେବସ୍ମିତା ତ୍ରୀପାଠୀ,ସମେତ ଅନେକ ସଦସ୍ୟା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ନିୟମିତ ଯୋଗ କରିବା ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ।
ଯୋଗ କର,ନିରୋଗ ରୁହ।ଏହି ବାର୍ତ୍ତା କୁ ପାଳନ କଲେ ସୁସ୍ଥ ଶରୀର,ସୁସ୍ଥ ମାନସିକ ଗଠନରେ ସହାୟକ ହେବ ବୋଲି ବିଭିନ୍ନ ବକ୍ତା ମାନେ ମତ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31