Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟଜର “ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ” ଅନୁଷ୍ଠିତ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟଜର “ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ” ଅନୁଷ୍ଠିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟଜର “ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ” ଅନୁଷ୍ଠିତ
April 16
10:28 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୪ : ଓଡିଆ ପକ୍ଷ ପାଳନ ଅବସର ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗିରରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରତାପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ ମହୋଦୟା,ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ,ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଶ୍ୟାମ ଭୋଇ ଏବଂ ଏହି ସଭାର ସଂଯୋଜକ ତଥା ଓଡିଆଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ଯୋଗଦେଇଥିଲେ।
ଅତିଥି ମାନେ ଓଡିଆ ଭାଷାର ପ୍ରାଚୀନତା ଠାରୁ ଆରମ୍ଭ କରି ବରପୁତ୍ର ମାନଙ୍କ ଅମର ଗାଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଓଡିଶାର ସେହି ବରପୁତ୍ରମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।
ସଭା ଶେଷରେ ଗବେଷକ ଛାତ୍ର ସୋମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା, ପ୍ରାଧ୍ୟାପକ,ପ୍ରାଧ୍ୟାପିକା ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031