Indus Valley Times

ରାଜ୍ୟରେ ଆଉ ୧୯୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ଆକ୍ରାନ୍ତ ଖୋଦ୍ଧା ଜିଲ୍ଲାରୁ ୨୫୪ ଜଣ

 Breaking News

ରାଜ୍ୟରେ ଆଉ ୧୯୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ଆକ୍ରାନ୍ତ ଖୋଦ୍ଧା ଜିଲ୍ଲାରୁ ୨୫୪ ଜଣ

October 22
12:57 2020

ଭୁବନେଶ୍ବର,୨୨/୧୦: ରାଜ୍ୟରେ ବୁଧବାର ଦିନ ୧୯୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୪ ଆକ୍ରାନ୍ତ ଅଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୨୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୩, ଗଞ୍ଜାମ ଜିଲ୍ଲାରୁ ୨୮, ବଲାଙ୍ଗୀର ଜିଲ୍ଲାରୁ ୬୩, ବାଲେଶ୍ବର ଜିଲ୍ଲାରୁ ୭୩, କୋରାପୁଟ ଜିଲ୍ଲାରୁ ୫୪, ଭଦ୍ରକରୁ ୪୬, ରାୟଗଡ଼ା ଜିଲ୍ଲାରୁ ୧୪, ପୁରୀ ଜିଲ୍ଲାରୁ ୫୫, ସୁନ୍ଦରଗଡ଼ ଜିଲ୍ଲାରୁ ୯୯, ଜଗତସିଂହପୁର ଜିଲ୍ଲାରୁ ୯୯, ସମ୍ବଲପୁର ଜିଲ୍ଲାରୁ ୫୦, କଳାହାଣ୍ଡି ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୭୨, କନ୍ଧମାଳ ଜିଲ୍ଲାରୁ ୪୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୧, ମାଲକାନଗିରି ଜିଲ୍ଲାରୁ ୧୬, ଗଜପତି ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୯୨ , ଝାରସୁଗୁଡ଼ା ଜିଲ୍ଲାରୁ ୪୮, ଢେଙ୍କାନାଳ ଜିଲ୍ଲାରୁ ୪୮, ନବରଙ୍ଗପୁର ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୭୪, ସୁବର୍ଣ୍ଣପୁର ଜିଲ୍ଲାରୁ ୨୦, ଅନୁଗୁଳ ଜିଲ୍ଲାରୁ ୧୦୬, ବରଗଡ଼ ଜିଲ୍ଲାରୁ ୬୩, ନୂଆପଡ଼ା ଜିଲ୍ଲାରୁ ୬୩, ଦେବଗଡ଼ରୁ ୫ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031