Indus Valley Times

ରାଜ୍ୟରେ ଆଉ ୨୮୧୯ ଜଣ ନୂଆ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ ବୃଦ୍ଧି

 Breaking News

ରାଜ୍ୟରେ ଆଉ ୨୮୧୯ ଜଣ ନୂଆ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ ବୃଦ୍ଧି

August 22
14:22 2020

ଭୁବନେଶ୍ବର,୨୨/୮: ଆଜି ରାଜ୍ୟରେ ଆଉ ୨୮୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫୩୭ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩, କଟକରୁ ୨୫୭, ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡ଼ରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ବରରୁ ୧୦୫, ଢେଙ୍କାନାଳରୁ ୧୦୦, ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡ଼ରୁ ୬୪, ଝାରସୁଗୁଡ଼ାରୁ ୬୩, କେନ୍ଦ୍ରାପଡ଼ା ଓ ଗଜପତିରୁ ୬୨ ଲେଖାଏଁ ସୁନ୍ଦରଗଡ଼ରୁ ୫୭, ବଲାଙ୍ଗିରରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ନବରଙ୍ଗପୁରରୁ ୪୩, ଅନୁଗୁଳରୁ ୨୩, ସୋନପୁରରୁ ୧୪, କେନ୍ଦୁଝର ଜିଲ୍ଲାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୦୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫୮୨ ରହିଛି।
ଏଣେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ ହଜାର ୩୭୯ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031