Indus Valley Times

ରାଜ୍ୟରେ ଆଉ ୩୦୫୩ ଜଣ ନୂଆ କରୋନା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ଜଣ ପଜିଟିଭ୍ ଚିହ୍ନଟ

 Breaking News

ରାଜ୍ୟରେ ଆଉ ୩୦୫୩ ଜଣ ନୂଆ କରୋନା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ଜଣ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୩୦୫୩ ଜଣ ନୂଆ କରୋନା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ଜଣ ପଜିଟିଭ୍ ଚିହ୍ନଟ
October 03
13:11 2020

ଭୁବନେଶ୍ବର, ୩।୧୦: ରାଜ୍ୟରେ ଆଉ ୩୦୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯୩୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୪୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୫୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୭, ଗଞ୍ଜାମ ଜିଲ୍ଲାରୁ ୫୨, ବଲାଙ୍ଗୀର ଜିଲ୍ଲାରୁ ୯୫, ବାଲେଶ୍ବର ଜିଲ୍ଲାରୁ ୮୫, କୋରାପୁଟ ଜିଲ୍ଲାରୁ ୪୪, ଭଦ୍ରକ ୭୦, ରାୟଗଡ଼ା ଜିଲ୍ଲାରୁ ୩୬, ପୁରୀ ଜିଲ୍ଲାରୁ ୧୨୭, ସୁନ୍ଦରଗଡ଼ ଜିଲ୍ଲାରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୭୨, ସମ୍ବଲପୁର ଜିଲ୍ଲାରୁ ୧୨୩, କଳାହାଣ୍ଡି ଜିଲ୍ଲାରୁ ୪୧, ଯାଜପୁର ଜିଲ୍ଲାରୁ ୧୧୦, କନ୍ଧମାଳ ଜିଲ୍ଲାରୁ ୩୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୧୫, ମାଲକାନଗିରି ଜିଲ୍ଲାରୁ ୬୨, ଗଜପତି ଜିଲ୍ଲାରୁ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୫୩ , ଝାରସୁଗୁଡ଼ା ଜିଲ୍ଲାରୁ ୧୪୬, ଢେଙ୍କାନାଳ ଜିଲ୍ଲାରୁ ୫୧, ନବରଙ୍ଗପୁର ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୩୩, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଅନୁଗୁଳ ଜିଲ୍ଲାରୁ ୬୪, ବରଗଡ଼ ଜିଲ୍ଲାରୁ ୯୮, ନୂଆପଡ଼ା ଜିଲ୍ଲାରୁ ୫୬, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏଣେ ରାଜ୍ୟରେ ମୋଟ୍ ୧,୯୪,୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୩୧୪ ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031