Indus Valley Times

ରାଜ୍ୟରେ ଆଉ ୩୬୦୦ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୩୩୪ କୁ ବୃଦ୍ଧି

 Breaking News

ରାଜ୍ୟରେ ଆଉ ୩୬୦୦ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୩୩୪ କୁ ବୃଦ୍ଧି

October 02
13:18 2020

ଭୁବନେଶ୍ବର,୨/୧୦ : ରାଜ୍ୟରେ ଶୁକ୍ରବାର ଦିନ ଆଉ ୩୬୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୩୩୪ କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୩୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୭୪, ଗଞ୍ଜାମ ଜିଲ୍ଲାରୁ ୩୧, ବଲାଙ୍ଗୀର ଜିଲ୍ଲାରୁ ୯୯, ବାଲେଶ୍ବର ଜିଲ୍ଲାରୁ ୧୦୭, କୋରାପୁଟ ଜିଲ୍ଲାରୁ ୬୬, ଭଦ୍ରକ ୮୨, ରାୟଗଡ଼ା ଜିଲ୍ଲାରୁ ୩୨, ପୁରୀ ଜିଲ୍ଲାରୁ ୧୧୫, ସୁନ୍ଦରଗଡ଼ ଜିଲ୍ଲାରୁ ୮୯, ଜଗତସିଂହପୁର ଜିଲ୍ଲାରୁ ୭୩, ସମ୍ବଲପୁର ଜିଲ୍ଲାରୁ ୧୨୬, କଳାହାଣ୍ଡି ଜିଲ୍ଲାରୁ ୫୧, ଯାଜପୁର ଜିଲ୍ଲାରୁ ୧୩୯, କନ୍ଧମାଳ ଜିଲ୍ଲାରୁ ୯୭, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୯, ମାଲକାନଗିରି ଜିଲ୍ଲାରୁ ୪୬, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୫୬ , ଝାରସୁଗୁଡ଼ା ଜିଲ୍ଲାରୁ ୪୧, ଢେଙ୍କାନାଳ ଜିଲ୍ଲାରୁ ୪୭, ନବରଙ୍ଗପୁର ଜିଲ୍ଲାରୁ ୧୧୬, କେନ୍ଦୁଝର ଜିଲ୍ଲାରୁ ୧୦୬, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୯, ଅନୁଗୁଳ ଜିଲ୍ଲାରୁ ୧୦୦, ବରଗଡ଼ ଜିଲ୍ଲାରୁ ୧୦୬, ନୂଆପଡ଼ା ଜିଲ୍ଲାରୁ ୮୪, ଦେବଗଡ଼ରୁ ୧୧ ଓ ବୌଦ୍ଧ ଜିଲ୍ଲାରୁ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲ୍ ରୁ ୧୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୯୦,୦୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫,୩୨୬ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031