Indus Valley Times

ରାଜ୍ୟରେ ଆଉ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ୨୨୭ଜଣ ସ୍ଥାନୀୟ ସଂକ୍ରମିତ

 Breaking News

ରାଜ୍ୟରେ ଆଉ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ୨୨୭ଜଣ ସ୍ଥାନୀୟ ସଂକ୍ରମିତ

July 20
11:47 2020

ଭୁବନେଶ୍ବର,୨୦/୭: ରାଜ୍ୟରେ ଆଉ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୪୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ଜଣ, ବରଗଡ ଜିଲ୍ଲାରୁ ୨୨ଜଣ, ଭଦ୍ରକ ଜିଲ୍ଲାରୁ ୫୮ଜଣ, କଟକ ଜିଲ୍ଲାରୁ ୩୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ଜଣ, ଗଜପତି ଜିଲ୍ଲାରୁ ୨୫, ଗଞ୍ଜାମ ଜିଲ୍ଲାରୁ ୨୩୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୬, ଯାଜପୁର ଜିଲ୍ଲାରୁ ୨୮ଜଣ, ଝାରସୁଗୁଡା ଜିଲ୍ଲାରୁ ୧୪ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ୪୧ଜଣ, ମାଲକାନଗିରି ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୟାଗଡ ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୩ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧ଜଣ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031