Indus Valley Times

ରାଜ୍ୟରେ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି

 Breaking News

ରାଜ୍ୟରେ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି

ରାଜ୍ୟରେ ଆଉ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି
July 10
11:57 2020

ଭୁବନେଶ୍ୱର,୧୦/୭: ରାଜ୍ୟରେ ଶୁକ୍ରବାର ଦିନ ଆଉ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ୩୨୦ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ସ୍ଥାନୀୟ ସଂକ୍ରମିତ ୨୪୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦, ଯାଜପୁର ଜିଲ୍ଲାରୁ ୮୬, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, କଟକ ଜିଲ୍ଲାରୁ ୫୫, ଖୋର୍ଦ୍ଧା ଜିଲ୍ଲାରୁ ୫୯, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ୱର ଜିଲ୍ଲାରୁ ୯, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୧୨, ଦେବଗଡ଼ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୪, ଗଜପତି ଜିଲ୍ଲାରୁ ୩୦, ଜଗତସିଂହପୁର ଜିଲ୍ଲାରୁ ୫, କନ୍ଧମାଳ ଜିଲ୍ଲାରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୧୮, ମୟୂରଭଞ୍ଜ ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୩୨, ନୟାଗଡ଼ ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031