Indus Valley Times

ରାଜ୍ୟରେ ଆଜି ପୁଣି ୧୨୧୫ କରୋନା ପଜିଟିଭ୍ ଚିହ୍ନଟ

 Breaking News

ରାଜ୍ୟରେ ଆଜି ପୁଣି ୧୨୧୫ କରୋନା ପଜିଟିଭ୍ ଚିହ୍ନଟ

July 28
12:11 2020

ଭୁବନେଶ୍ବର,୨୮/୭: ରାଜ୍ୟରେ ଆଜି ୧୨୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୬୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୫୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ଜଣ, ଅନୁଗୁଳରୁ ୧୧ ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୨୧, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୬୦, ଦେବଗଡ଼ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୮୯, ଜଗତସିଂହପୁର ଜିଲ୍ଲାରୁ ୪୭, ଯାଜପୁର ଜିଲ୍ଲାରୁ ୨୦, ଝାରସୁଗୁଡ଼ା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮, କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୭୭, ଖୋର୍ଦ୍ଧା ଜିଲ୍ଲାରୁ ୩୧୨, କୋରାପୁଟ ଜିଲ୍ଲାରୁ ୭୩, ମାଲକାନଗିରି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୧୧, ରାୟଗଡ଼ା ଜିଲ୍ଲାରୁ ୨୪, ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୭,୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୪୫ ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031