Indus Valley Times

ରାଜ୍ୟରେ ଆସନ୍ତା ୯ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

 Breaking News

ରାଜ୍ୟରେ ଆସନ୍ତା ୯ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

August 04
15:16 2021

ଭୁବନେଶ୍ୱର,୪/୮ : ରାଜ୍ୟରେ କରୋନା କୋପ ଏବେ ନିୟନ୍ତ୍ରଣରେ ଥିବା ବେଳେ ଧିରେ ଧିରେ ଖୋଲୁଛି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଶମ, ଦ୍ୱାଦଶ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ।
ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୯ ତାରିଖରୁ ରାଜ୍ୟର ସମସ୍ତ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ କଲେଜ ଖୋଲିବ ବୋଲି ।
କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏବେ କରୋନା ନିୟନ୍ତ୍ରଣରେ ଥିବାରୁ ପୁଣି ଥରେ ଶିକ୍ଷା ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେଣି ସରକାର।
ଅଗଷ୍ଟର କୋଭିଡ୍ ଗାଇଡଲାଇନ୍ ମାନି ୯ ତାରିଖରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସିଟିଂ ଆରେଞ୍ଜମେଣ୍ଟ କରାଯିବ। ସାମାଜିକ ଦୂରତା ଅବଳମ୍ବନ କରାଯିବ। ଲାବରୋଟୋରୀକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ।
ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପିଲାଙ୍କ ପାଇଁ କଲେଜ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031