Indus Valley Times

ରାଜ୍ୟରେ ଏବେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ନାହିଁ ଟିକା : ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ନିର୍ଦ୍ଦେଶକ

 Breaking News

ରାଜ୍ୟରେ ଏବେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ନାହିଁ ଟିକା : ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ନିର୍ଦ୍ଦେଶକ

ରାଜ୍ୟରେ ଏବେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ନାହିଁ ଟିକା : ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ନିର୍ଦ୍ଦେଶକ
July 03
19:36 2021

ଭୁବନେଶ୍ୱର, ୩/୭ : ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟର ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯିବ ନାହିଁ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହା ପୂର୍ବରୁ ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଥିଲା । କିନ୍ତୁ ଏବେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ ନାହିଁ ।
ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ ରାଜ୍ୟ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ତେଣୁ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କର୍ମଶାଳା ପରେ ରାଜ୍ୟ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031