Indus Valley Times

ରାଜ୍ୟରେ ଏବେ ସଂପୂର୍ଣ୍ଣ ଅନ୍‌ଲକ୍ ହେବ ନାହିଁ : ଡିଏମଇଟି

 Breaking News

ରାଜ୍ୟରେ ଏବେ ସଂପୂର୍ଣ୍ଣ ଅନ୍‌ଲକ୍ ହେବ ନାହିଁ : ଡିଏମଇଟି

ରାଜ୍ୟରେ ଏବେ ସଂପୂର୍ଣ୍ଣ ଅନ୍‌ଲକ୍ ହେବ ନାହିଁ : ଡିଏମଇଟି
July 30
12:00 2021

ଭୁବନେଶ୍ୱର,୩୦/୭: ରାଜ୍ୟରେ ଦୈନିକ କରୋନ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ସଂପୂର୍ଣ୍ଣ ଅନ୍‌ଲକ୍ କୁ ନେଇ ଅନିଶ୍ଚିତତା ରହିଛି । ଏହାରି ଭିତରେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଏବେ ସଂପୂର୍ଣ୍ଣ ଅନଲକ୍ ହେବ ନାହିଁ, କାରଣ ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ସେ କହିଛନ୍ତି, ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ। କଟକ ଓ ଭୁବନେଶ୍ଵରରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଛି। ଆଗରୁ ୫ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ଶହରେ ରହିଛି ପଜିଟିଭ ସଂଖ୍ୟା। ଏଭଳି ସ୍ଥିତିରେ ବର୍ତ୍ତମାନ ସଂପୂର୍ଣ୍ଣ ଖୋଲା ଛଡ଼ାଯାଇ ପାରିବ ନାହିଁ।
ଏଣେ ଡେଙ୍ଗୁ ନେଇ ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି। ସେ କହିଛନ୍ତି ଡି ଟୁ ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ। ଏହା ଆଗରୁ ଥିଲା, ଏଣୁ ବିଶେଷ ଚିନ୍ତା କରିବାର ଆବଶ୍ୟକତା ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031