Indus Valley Times

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

 Breaking News

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ
July 19
12:15 2020

ଭୁବନେଶ୍ୱର, ୧୯।୭: ରାଜ୍ୟରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି।
୫ଜଣ ମୃତକ ମଧ୍ୟରୁ ଗଞ୍ଜାମରୁ ୩ ଜଣ ହୋଇଥିବା ବେଳେ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ଗଞ୍ଜାମ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ମହିଳା ରହିଛନ୍ତି । ଏହାସହ ଜଣେ ୪୪ ବର୍ଷର ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ସେ ମଧୁମେହରେ ଆକ୍ରାନ୍ତ ଥିଲେ । ସେହିପରି ୩୯ ବର୍ଷୀୟ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେ ମଧ୍ୟ ମଧୂମେହରେ ଶିକାର ଥିଲେ ।
ଏତତ୍ ବ୍ୟତୀତ ଜଗତସିଂପୁରର ଜଣେ ୬୭ ବର୍ଷୀୟ ବୃଦ୍ଧି ଯିଏକି ମଧୁମେହରେ ପୀଡିତ ଥିଲେ ଓ ସୁନ୍ଦରଗଡର ଜଣେ ୬୫ ବର୍ଷର ମହିଳା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031