ରାଜ୍ୟରେ କରୋନାରେ ଆଉ ୫୮ ଜଣଙ୍କର ମୃତ୍ୟୁ, ମୋଟ୍ ମୃୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି
![ରାଜ୍ୟରେ କରୋନାରେ ଆଉ ୫୮ ଜଣଙ୍କର ମୃତ୍ୟୁ, ମୋଟ୍ ମୃୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି](http://indusvalleytimes.com/news/wp-content/uploads/2021/07/coro-13-680x365_c.jpg)
ଭୁବନେଶ୍ୱର, ୧୦/୭ : କରୋନାରେ ଆଉ ୫୮ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିମ ମୃତ୍ୟୁ ସଂଖ୍ୟା ୪୫୩୪ରେ ପହଁଚିଛି । ଏଯାବତ ରାଜ୍ୟରେ ୯ ଲକ୍ଷ ୩୭ ହଜାର ୪୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬ ହଜାର ୫୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବରଗଡ଼ରେ ୭, କଟକରେ ୨, ଢେଙ୍କାନାଳରେ ୨, ଗଜପତିରେ ୧, ଗଞ୍ଜାମରେ ୬, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୩, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୧୧, ମୟୂରଭଞ୍ଜରେ ୧,ନୟାଗଡ଼ରେ ୨, ପୁରୀରେ ୭, ସମ୍ବଲପୁରରେ ୪ ଓ ସୁନ୍ଦରଗଡ଼ରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୬୪ ଦିନ ହେବ ରାଜ୍ୟରେ ଲକ୍ଡାଉନ୍ ଲାଗି ରହିଛି। ଯଦିଓ କାଟାଗୋରି ‘ଏ’ ଜିଲ୍ଲାରେ ସାମାନ୍ୟ କୋହଳ ହୋଇଛି, ମାତ୍ର କାଟାଗୋରି ‘ବି’ ଜିଲ୍ଲାରେ ଏହା ବଳବତ୍ତର ରଖାଯାଇଛି। ଲକ୍ଡାଉନ୍ ସହ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ କରାଯାଉଛି। ଏହାରୁ ସତ୍ତ୍ବେ ଉପକୂଳ ଓଡ଼ିଶାରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ।