Indus Valley Times

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

 Breaking News

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

August 12
12:13 2020

ଭୁବନେଶ୍ବର ୧୨।୦୮: ରାଜ୍ୟରେ ଆଉ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମୃତ ୯ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ , ବାଲେଶ୍ବରରୁ ଜଣେ ରହିଛନ୍ତି । ମତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଜଣେ ୪୮ବର୍ଷୀୟ ମହିଳା, ୫୭ବର୍ଷୀୟ ପୁରୁଷ, ୫୭ବର୍ଷୀୟ ପୁରୁଷ, ୭୪ବର୍ଷୀୟ ମହିଳା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୮ବର୍ଷୀୟ ପୁରୁଷ ରହିଛନ୍ତି । ରାୟଗଡ଼ା ଜିଲ୍ଲାରୁ ଦୁଇ ଜଣ ୬୫ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ୪୪ ବର୍ଷୀୟ ମହିଳା ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031