Indus Valley Times

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
January 27
11:24 2022

ଭୁବନେଶ୍ବର, ୨୭/୧: ଗତ କିଛି ଦିନ ଧରି କରୋନା ସଂକ୍ରମଣ ୧୦ହଜାର ଉପରେ ରହୁଥିବା ବେଳେ ଏବେ ତାହା ତଳମୁହାଁ ହୋଇଛି। ସଂକ୍ରମଣ ସଂଖ୍ୟା ଦେଖି ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁ ସାରିଥିବା ଜଣାପଡୁଛି। ଆଜି ଏଭଳି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ତାଙ୍କ କହିବା ମୁତାବକ,ଦିନକୁ ଦିନ ଦୈନିକ ସଂକ୍ରମଣ କମୁଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତଳମୁହାଁ ରହିଛି। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ତଳମୁହାଁ ହେଲେ ବି ବେସ ଲାଇନ ଆସିବା ଦରକାର। ପ୍ରତ୍ୟେକ ଦିନ ୫ରୁ ୬ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ହାର ବହୁତ ଅଧିକା ରହିଛି। ସେଥିପାଇଁ ସଂକ୍ରମଣ ରୋକିବାକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ। ଅନ୍ୟ ଦେଶଗୁଡିକୁ ଦେଖିଲେ ସେଠାରେ ଏବେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031