Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ କରୋନା ଆକ୍ରାନ୍ତ ୧୨୪୩ ଜଣ ଚିହ୍ନଟ, ୬୯ ଜଣଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ଦୈନିକ କରୋନା ଆକ୍ରାନ୍ତ ୧୨୪୩ ଜଣ ଚିହ୍ନଟ, ୬୯ ଜଣଙ୍କ ମୃତ୍ୟୁ

August 08
09:59 2021

ଭୁବନେଶ୍ୱର, ୮/୮ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୫୨୫ଟି ହେଉଛି ଲୋକାଲ୍ କେସ୍।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଥିବା ବେଳେ କଟକରୁ ୧୭୭, ଅନୁଗୋଳରୁ ୫୩, ବାଲେଶ୍ୱରରୁ ୪୯, ବରଗଡ଼ରୁ ୯, ଭଦ୍ରକରୁ ୨୨, ବଲାଙ୍ଗିରରୁ ୬, ବୌଦ୍ଧରୁ ୪, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨୯, ଗଜପତିରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୮୮ଓ ଯାଜପୁରରୁ ୫୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୧୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୫୬, ନୂଆପଡ଼ାରୁ ୨, ପୁରୀରୁ ୬୯, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୧୦, ସୋନପୁରରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୪ ଜଣ ଅଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି।
୧୨୪୩ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨ ହଜାର ୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୯ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪ ଓ ଦେବଗଡ଼ରୁ ଜଣେ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୧୩, ବରଗଡ଼ରେ ୨୯୮, କଟକରେ ୪୨୮, ଦେବଗଡ଼ରେ ୪୦, ଝାରସୁଗୁଡ଼ାରେ ୧୬୫, କେନ୍ଦୁଝରରେ ୧୪୩, ସମ୍ବଲପୁରରେ ୧୮୬ ଓ ସୁନ୍ଦରଗଡ଼ରେ ୫୫୭କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031