Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୦ଜଣ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ , ୬୮ ଜଣଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୦ଜଣ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ , ୬୮ ଜଣଙ୍କ ମୃତ୍ୟୁ

July 13
09:30 2021

ଭୁବନେଶ୍ୱର , ୧୩/୭: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୯୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୮୧୩ଟି ହେଉଛି ଲୋକାଲ୍ କେସ୍। ସେହିଭଳି ଆଉ ୬୮ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଥିବା ବେଳେ କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫ , କେନ୍ଦ୍ରାପଡ଼ାରୁ ୧୨୩, ଭଦ୍ରକରୁ ୯୮, ମୟୂରଭଞ୍ଜରୁ ୯୮, ସୁନ୍ଦରଗଡ଼ରୁ ୭୫ ଓ ଜଗତସିଂହପୁରରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୨, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩, ଦେବଗଡ଼ରୁ ୮, ଢେଙ୍କାନାଳ ୬୨, ଗଜପତି ୪, ଗଞ୍ଜାମରୁ ୧୭, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୫,ନୟାଗଡ଼ରୁ ୫୮, ନୂଆପଡ଼ାରୁ ୨,ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫ ଓ ଷ୍ଟେଟ୍ ପୁଲ୍ରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି।
୬୮ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଗଞ୍ଜାମରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୋଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮୬ରେ ପହଞ୍ଚିଥିବା ବେଳେ ଅନୁଗୋଳରେ ୧୯୬, ବାଲେଶ୍ୱରରେ ୧୩୮, ବରଗଡ଼ରେ୨୦୪, ବଲାଙ୍ଗିରରେ ୮୬, କଟକରେ ୩୧୦, ଢେଙ୍କାନାଳରେ ୧୦୦, ଗଞ୍ଜାମରେ ୩୯୧, ଯାଜପୁରରେ ୫୬, ଝାରସୁଗୁଡ଼ାରେ୧୩୪, କନ୍ଧମାଳରେ ୫୫, କେନ୍ଦ୍ରାପଡ଼ାରେ ୧୦୬, କେନ୍ଦୁଝରରେ ୯୨, ମୟୂରଭଞ୍ଜରେ ୧୬୭, ନୟାଗଡ଼ରେ ୧୩୩, ନୂଆପଡ଼ାରେ ୭୨, ପୁରୀରେ ୨୮୮ ଓ ସୁନ୍ଦରଗଡ଼ରେ ୪୦୩କୁ ବୃଦ୍ଧି ପାଇଛି।
୧୯୩୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇସାରିଛନ୍ତି। ୨୩ ହଜାର ୪୯୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031